ନେତାଜୀଙ୍କ ପରେ ଶାସ୍ତ୍ରୀଙ୍କ ମୃତ୍ୟୁ ସଂପର୍କିତ ଫାଇଲ୍ ସାର୍ବଜନୀନ କରିବାକୁ ଦାବି

ନୂଆଦିଲ୍ଲୀ: ସୁଭାଷ ବୋଷଙ୍କ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମୃତ୍ୟୁକୁ ନେଇ ବିବାଦ। ଶାସ୍ତ୍ରୀଙ୍କ ମୃତ୍ୟୁ ବିବାଦୀୟ ତଥା ସନ୍ଦେହଜନ ପରିସ୍ଥିତିରେ ହୋଇଥିବାରୁ ତାଙ୍କ ମୃତ୍ୟୁ ସଂପର୍କିତ ଫାଇଲ୍ ସାର୍ବଜନୀନ କରିବାକୁ ଦାବି ହୋଇଛି। ଶାସ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରହିଥିବା କୁଲଦୀପ ନାୟାର କହିଛନ୍ତି ଯେ ରୁଷର ତାସକେଣ୍ଟରେ ଶାସ୍ତ୍ରୀଜୀଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିଲା। ଏପରିକି ମୃତ୍ୟୁ ପରେ ତାଙ୍କର ମର ଶରୀରର ପୋଷ୍ଟମର୍ଟମ ମଧ୍ୟ କରାଯାଇ ନ ଥିଲା। ତେଣୁ କେଉଁ […]

shastree

shastree

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 05:31 PM IST

Sports

Latest News

shastreeନୂଆଦିଲ୍ଲୀ: ସୁଭାଷ ବୋଷଙ୍କ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମୃତ୍ୟୁକୁ ନେଇ ବିବାଦ। ଶାସ୍ତ୍ରୀଙ୍କ ମୃତ୍ୟୁ ବିବାଦୀୟ ତଥା ସନ୍ଦେହଜନ ପରିସ୍ଥିତିରେ ହୋଇଥିବାରୁ ତାଙ୍କ ମୃତ୍ୟୁ ସଂପର୍କିତ ଫାଇଲ୍ ସାର୍ବଜନୀନ କରିବାକୁ ଦାବି ହୋଇଛି। ଶାସ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରହିଥିବା କୁଲଦୀପ ନାୟାର କହିଛନ୍ତି ଯେ ରୁଷର ତାସକେଣ୍ଟରେ ଶାସ୍ତ୍ରୀଜୀଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିଲା। ଏପରିକି ମୃତ୍ୟୁ ପରେ ତାଙ୍କର ମର ଶରୀରର ପୋଷ୍ଟମର୍ଟମ ମଧ୍ୟ କରାଯାଇ ନ ଥିଲା। ତେଣୁ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଥିଲା ସେ ସଂପର୍କିତ ଫାଇଳକୁ ସରକାର ସାର୍ବଜନୀନ କରିବା ଆବଶ୍ୟକ ବୋଲି କୁଲଦୀପ କହଛନ୍ତି। ସେହିଭଳି ଶାସ୍ତ୍ରୀଜୀଙ୍କ ପରିବାର ଲୋକେ ମଧ୍ୟ ଏହି ଦାବି ଉଠାଇଛନ୍ତି। ଲାଲବାହାଦୁର ଶାସ୍ତ୍ରୀଙ୍କ ପୁଅ ଅନୀଲ କହିଛନ୍ତି ଯେ ମୃତ୍ୟୁ ପରେ ତାଙ୍କ ବାପାଙ୍କ ଶରୀର ନୀଳ ପଡ଼ି ଯାଇଥିଲା। ଦେହରା ଧଳା ଧଳା ଦାଗ ମଧ୍ୟ ରହିଥିଲା। ଏପରିକି ତାଙ୍କର ଡାଏରୀ ମଧ୍ୟ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos