ମୁମ୍ବାଇ: ଶୀନା ବୋରା ହତ୍ୟା ଘଟଣାରେ ଡିଏନଏ ରିପୋର୍ଟ ଆଜି ପୋଲିସକୁ ହସ୍ତଗତ ହେବ । ମୁମ୍ବାଇର ରାଇଗଡ ଜଙ୍ଗଲରୁ ମିଳିଥିବା ଦେହାବଶେଷର ଡିଏନଏ ରିପୋର୍ଟ ଆସିବା ପରେ ମୁମ୍ବାଇ ପୋଲିସ ଆଗାମୀ ପଦକ୍ଷେପ ଗ୍ରହଣ କରିବ। ଏହି ରିପୋର୍ଟ ଉପରେ ଶୀନା ବୋରା ହତ୍ୟା ଅଭିଯୋଗରେ ପୋଲିସ ହେପାଜତ ଥିବା ଇନ୍ଦ୍ରାଣୀ, ତାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନା ଓ ଡ୍ରାଇଭର ଶ୍ୟାମବର ରାୟଙ୍କ ଭାଗ୍ୟ ନିର୍ଭର କରୁଛି। ଅନ୍ୟପକ୍ଷରେ ଏହି ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଆଜି ଶେଷ ହେବାକୁ ଯାଉଛି। ରିମାଣ୍ଡ ସରିବା ପରେ ଏମାନଙ୍କୁ କୋର୍ଟରେ ହାଜର କରାଯିବ। ମୁମ୍ବାଇ କୋର୍ଟ ଏମାନଙ୍କ ରିମାଣ୍ଡ ଅବଧିକୁ ଶନିବାରରୁ ସୋମବାରକୁ ବୃଦ୍ଧି କରାଯାଇଥିଲା। ଗତ ଅଗଷ୍ଟ ୨୫ ତାରିଖରେ ଶୀନା ବୋରା ହତ୍ୟାକାଣ୍ଡରେ ତିନି ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ, ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନା ଓ ଡ୍ରାଇଭର ଶ୍ୟାମବର ରାୟ ଗିରଫ ହୋଇଥିଲେ।
ସୂଚନାଯୋଗ୍ୟ,୨୦୧୨ ଏପ୍ରିଲ ୨୪ ଶୀନାଙ୍କୁ ହତ୍ୟା କରାଯାଇଥିଲା ବେଳେ ୨୦୧୨ ମେ’୨୩ରେ ମୁମ୍ୱାଇର ରାଇଗଡ ଅଞ୍ଚଳରେ ଥିବା ପେନ୍ ଜଙ୍ଗଲରୁ ତାଙ୍କ ଦେହବାଶେଷ ଉଦ୍ଧାର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।