ରାତିସାରା ମଦ୍ୟପାନ କରୁଥିଲେ, ଦିନରେ ବୋଲରଙ୍କୁ ନିର୍ଧୁମ୍ ପିଟୁଥିଲେ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ୍ କ୍ରିକେଟର୍ ଗ୍ୟାରୀ (ଗାରଫିଲ୍ଡ) ସୋବର୍ସ ଆଜି ୮୩ ବର୍ଷରେ ପାଦ ଥାପିଛନ୍ତି। ଯଦି ଆମେ ବିଶ୍ୱର ସର୍ବକାଳୀନ ମହାନ୍ ଅଲରାଉଣ୍ଡର ନାଁ ନେବା, ତାହେଲେ ଏଥିରେ ସର୍ବପ୍ରଥମେ ଆସିବେ ସୋବର୍ସ। ସେ କେବେବି କୌଣସି କଟକଣାକୁ ପସନ୍ଦ କରନ୍ତି ନାହିଁ। ତାଙ୍କ ଜନ୍ମ ବାର୍ବାଡୋସରେ ହୋଇଥିଲା। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେ ସେହିଠାରେ ହିଁ ବସବାସ କରିଥିଲେ। ରାତିରେ ନିଶାରେ ଚୁର୍ ରହିବା ଏବଂ ଦିନରେ ରନର ପାହାଡ଼ ଛିଡ଼ା କରିବା। […]

gary1

gary1

Ranjit Kumar Jena
  • Published: Sunday, 28 July 2019
  • Updated: 29 July 2019, 10:46 AM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ୍ କ୍ରିକେଟର୍ ଗ୍ୟାରୀ (ଗାରଫିଲ୍ଡ) ସୋବର୍ସ ଆଜି ୮୩ ବର୍ଷରେ ପାଦ ଥାପିଛନ୍ତି। ଯଦି ଆମେ ବିଶ୍ୱର ସର୍ବକାଳୀନ ମହାନ୍ ଅଲରାଉଣ୍ଡର ନାଁ ନେବା, ତାହେଲେ ଏଥିରେ ସର୍ବପ୍ରଥମେ ଆସିବେ ସୋବର୍ସ। ସେ କେବେବି କୌଣସି କଟକଣାକୁ ପସନ୍ଦ କରନ୍ତି ନାହିଁ। ତାଙ୍କ ଜନ୍ମ ବାର୍ବାଡୋସରେ ହୋଇଥିଲା। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେ ସେହିଠାରେ ହିଁ ବସବାସ କରିଥିଲେ। ରାତିରେ ନିଶାରେ ଚୁର୍ ରହିବା ଏବଂ ଦିନରେ ରନର ପାହାଡ଼ ଛିଡ଼ା କରିବା। ଏହା ଶୁଣିବାକୁ ଯେତେ ସହଜ କରିବା ସେତେ କଷ୍ଟ। କିନ୍ତୁ ଗ୍ୟାରୀ ଏକମାତ୍ର ଖେଳାଳି, ଯିଏ ଏହି ଅସମ୍ଭବକୁ ସମ୍ଭବ କରିପାରୁଥିଲେ। ଏତେ ମାତ୍ରାରେ ମଦ୍ୟପାନ କରିବା ସତ୍ତ୍ୱେ ଗ୍ୟାରୀ କିପରି ଟିମ୍ ପାଇଁ ଭରସାଯୋଗ୍ୟ ହୋଇପାରିଥିଲେ, ତାହା କେବଳ ନିଜେ ହିଁ କହିପାରିବେ।

ସାରା ରାତି ମଦ ପିଉଥିଲେ: ୧୯୫୮-୫୯ରେ ସୋବର୍ସ ଯେତେବେଳେ ଭାରତ ଆସିଥିଲେ, ସେ ରାତି ଦୁଇଟା ପର୍ଯ୍ୟନ୍ତ ମଦ୍ୟପାନ କରି ଫେରୁଥିଲେ । ପରବର୍ତ୍ତୀ ଦିନ ସେ ପାଞ୍ଚ ଘଣ୍ଟାରେ ୧୯୮ ରନର ଇନିଂସ୍ ଖେଳିଥିଲେ। ସେହିପରି ଅଗଷ୍ଟ, ୧୯୭୩ରେ ଲର୍ଡ୍ସ ମଇଦାନରେ ଇଂଲଣ୍ଡରେ ସୋବର୍ସ ନିଜର ଅନ୍ତିମ ଟେଷ୍ଟ ଖେଳୁଥିଲେ। ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ସେ ୩୧ ରନ୍ କରି ଅପରାଜିତ ଥିଲେ। ରାତିରେ ସେ କ୍ଲାଇଭ୍ ଲୟଡଙ୍କ ସହ ବାହାରକୁ ଚାଲିଯାଇଥିଲେ। ସେଠାରୁ ସେ ସାଙ୍ଗମାନଙ୍କ ସହ ନାଇଟ୍ କ୍ଲବ୍ ଯାଇଥିଲେ ଏବଂ ସାରା ରାତି ପାର୍ଟିରେ ମତୁଆଲା ହୋଇଥିଲେ। ପାର୍ଟି କରୁ କରୁ ସକାଳ ୫ଟା ବାଜି ଯାଇଥିଲା। ଏଭଳି ସ୍ଥିତିରେ ସୋବର୍ସ ଶୋଇବା ବଦଳରେ ଆଉ ଟିକେ ମଦ ପିଇବାକୁ ନିଷ୍ପତ୍ତି ନେଇଥିଲେ।

ଏହା ପରେ ବ୍ୟାଟିଂ କରିବା ଠିକ୍ ପୂର୍ବରୁ ଗାଧୋଇ ଥିଲେ ଏବଂ ମଇଦାନକୁ ଓହ୍ଲାଇଥିଲେ। ବ୍ୟାଟିଂ ବେଳେ ସେ ବ୍ରେକ୍ ନେଇଥିଲେ ଏବଂ ଟଏଲେଟକୁ ଯାଇ ଦୁଇ ପେଗ୍ ନେଇଥିଲେ। ଏହି ମ୍ୟାଚରେ ସେ ଅପରାଜିତ ୧୫୦ ରନର ଇନିଂସ୍ ଖେଳିଥିଲେ। ଯାହା ବଳରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟରେ ୬୫୨ ରନ୍ କରି ପ୍ରଥମ ଇନିଂସ୍ ଘୋଷଣା କରିଥିଲା। ଇଂଲଣ୍ଡ ଟିମ୍ ଦୁଇଟି ଯାକ ଇନିଂସରେ ଯଥାକ୍ରମେ ୨୩୩ ଓ ୧୯୩ ରନ୍ କରିଥିଲା ଏବଂ ୱେଷ୍ଟଇଣ୍ଡିଜ୍ ଇନିଂସ୍ ଓ ୨୨୬ ରନରେ ବିଜୟୀ ହୋଇଥିଲା।

ନିଦ ଆଖିରେ ଖେଳିଥିଲେ ବିସ୍ଫୋରକ ଇନିଂସ୍: ୧୯୬୮ରେ ୱେଷ୍ଟଇଣ୍ଡିଜ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଥିଲା। ମହାନ୍ ଅଲରାଉଣ୍ଡର ସୋବର୍ସ ମ୍ୟାଚ୍ ପରେ ସନ୍ଧ୍ୟାରେ କୌଣସି ମହିଳା ବାନ୍ଧବୀଙ୍କ ପାଖକୁ ଯାଇଥିଲେ। ସେ ସାରା ରାତି କୌଣସି ହୋଟେଲରେ ସେହି ମହିଳାଙ୍କ ସହ ବିତାଇଥିଲେ। ସକାଳେ ଗ୍ୟାରୀ ବିଳମ୍ବରେ ଫେରିଥିଲେ। ସେ ଫେରିଲା ବେଳକୁ ହୋଟେଲରୁ ଟିମ୍ ଷ୍ଟାଡିୟମ ଅଭିମୁଖେ ଯାଇସାରିଥିଲା। ବ୍ୟାଟିଂ କରିବା ପାଇଁ ପ୍ୟାଡ୍ ପିନ୍ଧିଥିଲେ ଏବଂ ଚୌକିରେ ହିଁ ଶୋଇ ପଡ଼ିଥିଲେ। ଏହି ମ୍ୟାଚରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହେବାରେ ଲାଗିଥିଲା। ସୋବର୍ସଙ୍କ ବ୍ୟାଟିଂ ନମ୍ବର ଆସିଥିଲା ଏବଂ ତାଙ୍କୁ ନିଦରୁ ଉଠିବାକୁ କୁହାଯାଇଥିଲା। ଆଖି ମଳି ମଳି ସେ ମଇଦାନ ଭିତରକୁ ଯାଇଥିଲେ। ପ୍ରଥମରୁ ହିଁ ବଲ୍ ତାଙ୍କ ବ୍ୟାଟକୁ ଠିକ୍ ଭାବେ ଆସୁଥିଲା। ଏହା ପରେ ତାଙ୍କ ବ୍ୟାଟ୍ ଖୁବ୍ ଚାଲିଥିଲା ଏବଂ ୧୧୩ ମିନିଟରେ ହିଁ ବିସ୍ଫୋରକ ବ୍ୟାଟିଂ କରି ୧୩୨ ରନର ଇନିଂସ୍ ଖେଳିଥିଲେ। ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିବା ପରେ ସେ ରୁମରେ ଶୋଇ ପଡ଼ିଥିଲେ।

ଲଗାତାର ୬ ଛକା ମାରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍: ସାର୍ ଗ୍ୟାରୀ ସୋବର୍ସ ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏ ଲଗାତାର ୬ ବଲରେ ୬ ଛକା ମାରିଥିଲେ। ସେ ୧୯୬୮ରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟରେ ଏହି କାରନାମା କରିଥିଲେ । ତେବେ ରୋଚକ କଥା ହେଉଛି ତାଙ୍କର ଡେବ୍ୟୁ ଓ ଶେଷ ମ୍ୟାଚ୍ ସମାନ ତାରିଖରେ ହୋଇଥିଲା। ସେ ୩୦ ମାର୍ଚ୍ଚ, ୧୯୫୪ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ୨୦ ବର୍ଷ ପରେ ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ନିଜର ଅନ୍ତିମ ଟେଷ୍ଟ ଖେଳିଥିଲେ।

ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ଆଫେୟାର୍ସ: ଭାରତୀୟ ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କର ଆଫେୟାର୍ ଥିଲା। ଏପରିକି ଖବର ମିଳିଥିଲା ଯେ ଅଞ୍ଜୁଙ୍କ ସହ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଥିଲା। ତେବେ ଅଞ୍ଜୁଙ୍କ ମାତାପିତା ରାଜି ନଥିଲେ ଏବଂ ଏହି କାରଣରୁ ଦୁହେଁ ବିବାହ କରିପାରିନଥିଲେ। ପରେ ସୋବର୍ସ ଅଷ୍ଟ୍ରେଲିଆରେ ପ୍ରୁ କିର୍ବିଙ୍କ ସହ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story