ଜମ୍ମୁ-କାଶ୍ମୀରରେ ପୁଣି ବର୍ଷିଲା ପଥର: ଏଥର ଟାର୍ଗେଟରେ ସେନା ନୁହେଁ, ଆତଙ୍କବାଦୀ

ଶ୍ରୀନଗର: କିଛି ଦିନ ଅନ୍ତରାଳରେ ପୁଣି କାଶ୍ମୀର ଉପତ୍ୟାକାରେ ବର୍ଷିଛି ପଥର। ସବୁଥର ସେନା ଉପରେ ପଥର ମାଡ଼ ହେଉଥିବା ବେଳେ ଏଥର ସେମିତି କିଛି ହୋଇନାହିଁ। ଏଥର ପଥର ମାଡ଼ର ସମ୍ମୁଖୀନ ହୋଇଛନ୍ତି ଆତଙ୍କବାଦୀ। ପଥର ମାଡ଼ ଦଳ ଜମ୍ମୁ-କାଶ୍ମୀରରେ କାୟା ବିସ୍ତାର କରିବା ପରଠାରୁ ଏପରି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ସୁରକ୍ଷାକର୍ମୀଙ୍କ ବଦଳରେ ଆତଙ୍କବାଦୀଙ୍କୁ ଏହାର ସାମ୍ନା କରିବାକୁ ପଡିଛି। ଘଟଣାଟି ଏପରି। ‘ଅଂସାର ଉଲ୍ ଗଜୱା ଏ ହିନ୍ଦ’ ନାମରେ […]

Kashmir

Kashmir

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 03:40 PM IST

Sports

Latest News

ଶ୍ରୀନଗର: କିଛି ଦିନ ଅନ୍ତରାଳରେ ପୁଣି କାଶ୍ମୀର ଉପତ୍ୟାକାରେ ବର୍ଷିଛି ପଥର। ସବୁଥର ସେନା ଉପରେ ପଥର ମାଡ଼ ହେଉଥିବା ବେଳେ ଏଥର ସେମିତି କିଛି ହୋଇନାହିଁ। ଏଥର ପଥର ମାଡ଼ର ସମ୍ମୁଖୀନ ହୋଇଛନ୍ତି ଆତଙ୍କବାଦୀ। ପଥର ମାଡ଼ ଦଳ ଜମ୍ମୁ-କାଶ୍ମୀରରେ କାୟା ବିସ୍ତାର କରିବା ପରଠାରୁ ଏପରି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ସୁରକ୍ଷାକର୍ମୀଙ୍କ ବଦଳରେ ଆତଙ୍କବାଦୀଙ୍କୁ ଏହାର ସାମ୍ନା କରିବାକୁ ପଡିଛି।

ଘଟଣାଟି ଏପରି। ‘ଅଂସାର ଉଲ୍ ଗଜୱା ଏ ହିନ୍ଦ’ ନାମରେ ଅଲକାଏଦାର ଏକ ସଂଗଠନ କାଶ୍ମୀରରେ ରହିଛି। ଏହାର ମୁଖିଆ ହେଉଛି ଜାକିର ମୂସା। ଗତକାଲି ଜାକିର କିଛି ଆତଙ୍କବାଦୀଙ୍କ ସହ ତ୍ରାଲର ନୁରପୁରାସ୍ଥିତ ଜମ୍ମୁ-କାଶ୍ମୀର ବ୍ୟାଙ୍କ ଲିମିଟେଡ୍‌ର ବ୍ରାଞ୍ଚ ଭିତରୁ ଲୁଟ୍‌ ଉଦ୍ଦେଶ୍ୟରେ ବନ୍ଧୁକ ଧରି ପଶିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଏକାଠି ହୋଇଯାଇଥିଲେ ସ୍ଥାନୀୟ ଲୋକେ। ଆଉ କାଳ ବିଳମ୍ବ ନକରି ଆତଙ୍କୀଙ୍କ ଉପରେ ଆରମ୍ଭ କରି ଦେଇଥିଲେ ପଥର ମାଡ଼। ନିଜକୁ ବଞ୍ଚାଇବାକୁ ଜାକିର ଓ ତା’ର ସହଯୋଗୀମାନେ ଗୁଳି ଫୁଟାଇ ଲୋକଙ୍କୁ ଭୟଭୀତ କରିବା ସହ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ। ଯିବା ବେଳେ ଆତଙ୍କବାଦୀମାନେ ବ୍ୟାଙ୍କରୁ ୯୭ ଜହାର ଟଙ୍କା ଲୁଟି ନେଇଛନ୍ତି।

ତ୍ରାଲ୍‌ ଏସିପି ମହମ୍ମଦ ଜୋଦ କହିଛନ୍ତି, ଲୁଟ୍‌ର ଖବର ମିଳିବା ମାତ୍ରେ ରାଜ୍ୟ ପୋଲିସ୍‌ର ବିଶେଷ ଅଭିଯାନ ଦଳ, ସିଆର୍‌ପିଏଫ୍ ଓ ଯବାନମାନେ ଆତଙ୍କବାଦୀଙ୍କ ସନ୍ଧାନରେ ଲାଗିପଡିଛନ୍ତି। ଜାକିର ଏବେ ବି ତ୍ରାଲ୍‌ରେ ଲୁଚି ରହିଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଆତଙ୍କବାଦୀଙ୍କ ମୁକାବିଲା କରିବା ଓ ପଥର ମାଡ଼ କରି ସେମାନଙ୍କୁ ଘଉଡାଇବା ପରେ ସାରା ଦେଶରେ ପ୍ରଶଂସା  କରାଯାଉଛି। କାଶ୍ମୀର ରେଞ୍ଜର ଆଇଜି ମୁନୀର ଖାନ୍‌ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos