ପଦାରେ ପଡ଼ିଲା ସନ ରାଇଜର୍ସର ମିଡିଲ ଅର୍ଡର ଦୁର୍ବଳତା

ନୂଆଦିଲ୍ଲୀ: ୮୯ରେ ୧, ୧୨୧ରେ ୨। ୧୬୪ ରନର ଟାର୍ଗେଟକୁ ପିଛା କରୁଥିବା ଦଳ ୧୫ ଓଭର ସୁଦ୍ଧା ଏଭଳି ଦୃଢ଼ ସ୍ଥିତିରେ ଥିଲା। କିନ୍ତୁ ଆଉ ମାତ୍ର ୫ ଓଭରରେ ମାତ୍ର ୪୩ ରନ୍ କରି ନପାରି ନିର୍ଦ୍ଧାରିତ ଓଭର ପୂର୍ବରୁ ଅଲଆଉଟ ହୋଇଯିବା ସନରାଇଜର୍ସ ହାଇଦ୍ରାବାଦର ମିଡିଲ୍ ଅର୍ଡର୍ ଦୁର୍ବଳତାକୁ ପଦାରେ ପକାଇଛି। କୁହାଯାଉଛି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କାନେ ୱିଲିୟମସନଙ୍କ ଅନୁପସ୍ଥିତିରେ ଅନଭିଜ୍ଞ ମଧ୍ୟକ୍ରମ ଯୋଗୁ ସହଜ ବିଜୟକୁ ଡେଭିଡ୍ ୱାର୍ଣରଙ୍କ ହାତଛଡ଼ା କରିଛି। […]

sunrisers

sunrisers

Jitendra Garnayak
  • Published: Tuesday, 22 September 2020
  • Updated: 22 September 2020, 02:36 PM IST

Sports

Latest News

ନୂଆଦିଲ୍ଲୀ: ୮୯ରେ ୧, ୧୨୧ରେ ୨। ୧୬୪ ରନର ଟାର୍ଗେଟକୁ ପିଛା କରୁଥିବା ଦଳ ୧୫ ଓଭର ସୁଦ୍ଧା ଏଭଳି ଦୃଢ଼ ସ୍ଥିତିରେ ଥିଲା। କିନ୍ତୁ ଆଉ ମାତ୍ର ୫ ଓଭରରେ ମାତ୍ର ୪୩ ରନ୍ କରି ନପାରି ନିର୍ଦ୍ଧାରିତ ଓଭର ପୂର୍ବରୁ ଅଲଆଉଟ ହୋଇଯିବା ସନରାଇଜର୍ସ ହାଇଦ୍ରାବାଦର ମିଡିଲ୍ ଅର୍ଡର୍ ଦୁର୍ବଳତାକୁ ପଦାରେ ପକାଇଛି। କୁହାଯାଉଛି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କାନେ ୱିଲିୟମସନଙ୍କ ଅନୁପସ୍ଥିତିରେ ଅନଭିଜ୍ଞ ମଧ୍ୟକ୍ରମ ଯୋଗୁ ସହଜ ବିଜୟକୁ ଡେଭିଡ୍ ୱାର୍ଣରଙ୍କ ହାତଛଡ଼ା କରିଛି।

ତେବେ ଏଥିପାଇଁ ୟଜୁବେନ୍ଦ୍ର ଚହଲଙ୍କୁ ଛକ୍କା ମାରିବାର ଲୋଭ ହିଁ ମୁଖ୍ୟ କାରଣ ବୋଲି ମ୍ୟାଚ୍ ପରେ ସନରାଇଜର୍ସ ଅଧିନାୟକ କହିଛନ୍ତି। ତାଙ୍କ କହିବା କଥା ମନୀଷ ପାଣ୍ଡେ ଓ ଜନି ବେୟାରଷ୍ଟୋ କ୍ରିଜ୍ ଜମି ସାରିଥିବାବେଳେ ଚହଲଙ୍କୁ ବିଗ୍ ହିଟ୍ ମାରିବାର ଉଦ୍ୟମ କରି ୱିକେଟ୍ ଫିଙ୍ଗି ଦେଇଥିଲେ। ବିଜୟ ଶଙ୍କର ମଧ୍ୟ ସେହି ଏକା ଭୁଲ୍ କରିଥିଲେ। ତେବେ ମିଚେଲ୍ ମାର୍ଶଙ୍କ ଆଘାତ ଦଳୀୟ ମଧ୍ୟକ୍ରମ ସନ୍ତୁଳନକୁ ବିଗାଡ଼ି ଦେଲା ବୋଲି ୱାର୍ଣର କହିଛନ୍ତି। ଫଳରେ ଅନଭିଜ୍ଞ ପ୍ରିୟମ ଗାର୍ଗ, ବିଜୟ ଶଙ୍କର ଓ ଅଭିଷେକ ଶର୍ମାଙ୍କ ଅନୁଭବର ଅଭାବ ପଦାରେ ପଡ଼ିଥିଲା।

ତେବେ ଆସନ୍ତା ମ୍ୟାଚରେ ଆଫଗାନୀ ଅଲରାଉଣ୍ଡର୍ ମହମ୍ମଦ ନବୀ ବା ଇଣ୍ଡିଜ୍ ତାରକା ଫାଭିଆନ୍ ଆଲେନଙ୍କୁ ଦଳୀୟ ମଧ୍ୟକ୍ରମରେ ନିଆଯାଇପାରେ ବୋଲି ସୂଚନା ମିଶିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos