ଅଭିନୟ ପାଇଁ ଇଂଜିନିୟରିଂ ପାଠ ଛାଡ଼ିଥିଲେ ସୁଶାନ୍ତ

ମୁମ୍ବାଇ: ୩୧ବର୍ଷ ବୟସରେ ପଦାର୍ପଣ କଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଅଭିନୟ ପାଇଁ ସେ ଇଂଜିନିୟରିଂ ପାଠକୁ ଅଧା ରାସ୍ତାରେ ଛାଡ଼ି ଦେଇଥିଲେ। ସେ ୨୦୦୩ରେ ଏଆଇଇଇଇ ପରୀକ୍ଷାରେ ପୂରା ଭାରତରେ ସପ୍ତମ ସ୍ଥାନ ଅଧିକାର କରିଥିଲେ। ହେଲେ ତିନି ବର୍ଷ ପାଠ ପଢ଼ି ଅଧାରୁ ଇଂଜିନିୟରିଂ ଛାଡ଼ି ଅଭିନୟ ଦୁନିଆରେ ପାଦ ରଖିଥିଲେ। ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ରଖି ଆଜି ବଲିଉଡରେ ମଧ୍ୟ ନିଜର କଳାର ଯାଦୁ ଚଳାଇବାରେ ସେ […]

sushant

sushant

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 04:08 PM IST

ମୁମ୍ବାଇ: ୩୧ବର୍ଷ ବୟସରେ ପଦାର୍ପଣ କଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଅଭିନୟ ପାଇଁ ସେ ଇଂଜିନିୟରିଂ ପାଠକୁ ଅଧା ରାସ୍ତାରେ ଛାଡ଼ି ଦେଇଥିଲେ। ସେ ୨୦୦୩ରେ ଏଆଇଇଇଇ ପରୀକ୍ଷାରେ ପୂରା ଭାରତରେ ସପ୍ତମ ସ୍ଥାନ ଅଧିକାର କରିଥିଲେ। ହେଲେ ତିନି ବର୍ଷ ପାଠ ପଢ଼ି ଅଧାରୁ ଇଂଜିନିୟରିଂ ଛାଡ଼ି ଅଭିନୟ ଦୁନିଆରେ ପାଦ ରଖିଥିଲେ।

ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ରଖି ଆଜି ବଲିଉଡରେ ମଧ୍ୟ ନିଜର କଳାର ଯାଦୁ ଚଳାଇବାରେ ସେ ସଫଳ ହୋଇଛନ୍ତି। ବଲିଉଡରେ ସେ ‘କାଇ ପୋ ଛେ’ ଜରିଆରେ ପ୍ରବେଶ କରିଥିଲେ। ଫିଲ୍ମ ‘ଏମ୍‌ଏସ୍‌ ଧୋନି: ଅନ୍‌ ଟୋଲ୍ଡ ଷ୍ଟୋରୀ’ ସୁଶାନ୍ତୁଙ୍କୁ ଅନେକ ସଫଳତା ଆଣି ଦେଇଥିଲା। ସୁଶାନ୍ତଙ୍କ ଜନ୍ମ ବିହାରର ରାଜଧାନୀ ପାଟଣାରେ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos