୫୯୮ ୱିକେଟ୍ ନେବା ପରେ ମିଳିଲା ଅନ୍ତର୍ଜାତୀୟ ଡେବ୍ୟୁ କ୍ୟାପ୍

ହରାରେ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ପେସ୍ ବୋଲର ତାବିଶ୍ ଖାନ୍ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ତାବିଶ୍ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିବାରେ ୨୪୫ତମ ଖେଳାଳି ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ତାବିଶ ଖାନଙ୍କୁ ୩୬ ବର୍ଷ ୧୪୬ ଦିନରେ ପାକିସ୍ତାନ ପକ୍ଷରୁ ପଦାର୍ପଣ କରିବାର ସୁଯୋଗ ମିଳିଛି । ଏଥିସହ ତାବିଶ୍ ପାକିସ୍ତାନର ଦ୍ୱିତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ପଦାର୍ପଣ କରିଛନ୍ତି । ପାକିସ୍ତାନ ପକ୍ଷରୁ ଟେଷ୍ଟରେ ଡେବ୍ୟୁ […]

tabish-Khan

tabish-Khan

Ranjit Kumar Jena
  • Published: Friday, 07 May 2021
  • Updated: 07 May 2021, 09:48 PM IST

Sports

Latest News

ହରାରେ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ପେସ୍ ବୋଲର ତାବିଶ୍ ଖାନ୍ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି । ତାବିଶ୍ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିବାରେ ୨୪୫ତମ ଖେଳାଳି ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ତାବିଶ ଖାନଙ୍କୁ ୩୬ ବର୍ଷ ୧୪୬ ଦିନରେ ପାକିସ୍ତାନ ପକ୍ଷରୁ ପଦାର୍ପଣ କରିବାର ସୁଯୋଗ ମିଳିଛି । ଏଥିସହ ତାବିଶ୍ ପାକିସ୍ତାନର ଦ୍ୱିତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ପଦାର୍ପଣ କରିଛନ୍ତି । ପାକିସ୍ତାନ ପକ୍ଷରୁ ଟେଷ୍ଟରେ ଡେବ୍ୟୁ କରିବାରେ ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ହେଉଛନ୍ତି ମିରାନ୍ ବକ୍ସ । ସେ ୪୭ ବର୍ଷ ବୟସରେ ପଦାର୍ପଣ କରିଥିଲେ ।

ଟେଷ୍ଟ କ୍ୟାପ୍ ମିଳିବା ପରେ ତାବିଶ୍ ଖାନ୍ କହିଛନ୍ତି, ମୋ ପାଇଁ ଶବ୍ଦ ନାହିଁ । ଯେଉଁ ଯୁବ ଖେଳାଳି ପାକିସ୍ତାନରେ କ୍ରିକେଟ୍ ଖେଳିବା ଆରମ୍ଭ କରନ୍ତି, ସେମାନେ ବିଶେଷ କରି ଦିନେ ନା ଦିନେ ଜାତୀୟ ଦଳ ପକ୍ଷରୁ ଟେଷ୍ଟ କ୍ରିକେଟ୍ ଖେଳିବାର ସ୍ୱପ୍ନ ଦେଖିଥାନ୍ତି । ମୋର ଯାତ୍ରା ବହୁତ ଲମ୍ବା ରହିଥିଲା, କିନ୍ତୁ ଆଜି ମୋର ସ୍ୱପ୍ନ ପୂରଣ ହୋଇଛି । ଆଜି ମୋ ଛାତିରେ ପାକିସ୍ତାନର ଷ୍ଟାର୍ ଅଛି ଏବଂ ମଇଦାନରେ ୧୧୦ ପ୍ରତିଶତ ପ୍ରଦର୍ଶନ କରିବି ।

https://twitter.com/TheRealPCB/status/1390563448371748865?s=20

ତାବିଶ୍ ଖାନ୍ ପ୍ରଥମଶ୍ରେଣୀ କ୍ରିକେଟରେ ୫୯୮ ୱିକେଟ୍ ନେଇଛନ୍ତି । ସେ ୧୩୭ ମ୍ୟାଚ୍ ଖେଳି ୨୪.୨୯ ହାରରେ ଏହି ସଫଳତା ଅର୍ଜନ କରଛନ୍ତି । ତାବିଶ୍ ୨୦୦୨-୦୩ରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ । ସେ ୩୮ଥର ଗୋଟିଏ ମ୍ୟାଚରେ ୫ରୁ ଅଧିକ ୱିକେଟ୍ ନେଇଛନ୍ତି ଏବଂ ୭ଥର ୧୦ରୁ ଅଧିକ ସଫଳତା ଅର୍ଜନ କରିଛନ୍ତି । ସେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୭୩୩ ରନ୍ କରିଛନ୍ତି ।

ସେହିପରି ତାବିଶ୍ ୫୮ ଲିଷ୍ଟ-ଏ ମ୍ୟାଚରେ ୭୩ ୱିକେଟ୍ ନେଇଛନ୍ତି ଏବଂ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୫/୨୮ ରହିଛି । ଏହାବ୍ୟତୀତ ୪୩ ଟି-୨୦ ମ୍ୟାଚରେ ୪୨ ୱିକେଟ୍ ହାସଲ କରିଛନ୍ତି । ତାବିଶ୍ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍‌)ରେ ମଧ୍ୟ ଖେଳିସାରିଛନ୍ତି । ୨୦୧୮ରେ ସେ କରାଚୀ କିଙ୍ଗସ୍ ପକ୍ଷରୁ ଖେଳିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos