ଟେଲରଙ୍କ ଦମରେ ନ୍ୟୁଜିଲ୍ୟାଣ୍ଡର ଚ୍ୟାଲେଞ୍ଜିଂ ସ୍କୋର, ଭାରତକୁ ୨୭୪ ରନର ଟାର୍ଗେଟ୍‌

ଅକଲ୍ୟାଣ୍ଡ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୩ ରନ୍ କରିଛି । ଫଳରେ ଏହି ‘କର ବା ମର’ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୨୭୪ ରନ୍ କରିବାକୁ ପଡ଼ିବ । ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣିଥରେ ରସ୍ ଟେଲର ସଙ୍କଟମୋଚକ ସାଜିଥିଲେ, ଯିଏ ୭୪ ବଲରେ ୬ ଚୌକା ଓ ୨ ଛକା ସହାୟତାରେ ୭୩ ରନର ଇନିଂସ୍ […]

ind

Ranjit Kumar Jena
  • Published: Saturday, 08 February 2020
  • , Updated: 08 February 2020, 11:39 AM IST

ଅକଲ୍ୟାଣ୍ଡ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୩ ରନ୍ କରିଛି । ଫଳରେ ଏହି 'କର ବା ମର' ମ୍ୟାଚ୍ ଜିତିବା ପାଇଁ ଭାରତକୁ ୨୭୪ ରନ୍ କରିବାକୁ ପଡ଼ିବ ।

ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣିଥରେ ରସ୍ ଟେଲର ସଙ୍କଟମୋଚକ ସାଜିଥିଲେ, ଯିଏ ୭୪ ବଲରେ ୬ ଚୌକା ଓ ୨ ଛକା ସହାୟତାରେ ୭୩ ରନର ଇନିଂସ୍ ଖେଳି ଦଳକୁ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି । ତାଙ୍କୁ ଲୋୟର ଅର୍ଡରରେ ଡେବ୍ୟୁଟାଣ୍ଟ କାଇଲ ଜେମିସନ୍ (୨୫³) ଭରପୂର ସହଯୋଗ କରିଛନ୍ତି । ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ଅପରାଜିତ ୭୬ ରନର ଭାଗୀଦାରୀ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ହେନରୀ ନିକୋଲ୍ସ ଭଲ ଆରମ୍ଭ କରିଥିଲେ ।

ଗପ୍ଟିଲ୍ ସର୍ବାଧିକ ୭୯ (୭୯ ବଲ୍‌, ୮ ଚୌକା, ୩ ଛକା) ରନ୍ କରିଥିବା ବେଳେ ନିକୋଲ୍ସ ୪୧ ରନ୍ କରି ଆଉଟ୍ ହୋଥିଲେ । ମଧ୍ୟକ୍ରମରେ ଟମ୍ ବ୍ଲଣ୍ଡେଲ୍ ୨୨, କ୍ୟାପଟେନ୍ ଟମ୍ ଲାଥମ ୭, ଜେମ୍ସ ନିଶାମ୍ ୩, କଲିନ୍ ଡି'ଗ୍ରାଣ୍ଡହୋମ୍ ୫, ମାର୍କ ଚାପମ୍ୟାନ୍ ୧ ଓ ଟିମ୍ ସାଉଦୀ ୩ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ୩ଟି, ଶାର୍ଦ୍ଦୁଲ ଠାକୁର ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ହାସଲ କରିଥିଲେ ।

Related story