ବାପା ଆଗରେ ଭାସିଗଲା ୩୦ ବର୍ଷର ପୁଅ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଗାଁ ପାଖ କେନାଲ ପାଣିକୁ ଗାଧୋଇ ଯିବା ହେଲା କାଳ। କେନାଲ ପାଣିରେ ଗାଧଉଥିବା ସମୟରେ ପାଣିର ସ୍ରୋତରେ ଭାସି ଯାଇ ପୁଅ ନିଖୋଜ l ନିଖୋଜ ପୁଅର ନା ମାରକାଣ୍ଡ ବାଗ(୩୦) l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁରେ l ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁର ପାଣ୍ଡୁରୁ ବାଗ ନିଜ ପୁଅ ମାରକଣ୍ଡ ବାଗ ସହିତ ଆଜି ଦିନ ୧୨ ଟା ସମୟରେ […]

3f-1

Tapas Behera
  • Published: Monday, 26 July 2021
  • , Updated: 26 July 2021, 05:41 PM IST

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଗାଁ ପାଖ କେନାଲ ପାଣିକୁ ଗାଧୋଇ ଯିବା ହେଲା କାଳ। କେନାଲ ପାଣିରେ ଗାଧଉଥିବା ସମୟରେ ପାଣିର ସ୍ରୋତରେ ଭାସି ଯାଇ ପୁଅ ନିଖୋଜ l ନିଖୋଜ ପୁଅର ନା ମାରକାଣ୍ଡ ବାଗ(୩୦) l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁରେ l ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁର ପାଣ୍ଡୁରୁ ବାଗ ନିଜ ପୁଅ ମାରକଣ୍ଡ ବାଗ ସହିତ ଆଜି ଦିନ ୧୨ ଟା ସମୟରେ ଗାଧୋଇବା ପାଇଁ ଗାଁ ପାଖ ଡୁମେରପଡା ଘାଟକୁ ଯାଇଥିଲେ l

କେନାଲ ପାଣିର ସ୍ରୋତ ପ୍ରବଳ ଥିବାରୁ  ଉଭୟେ ବାପା ଓ ପୁଅ ଗାଧୋଉଥିବା ସମୟରେ ଭାସିଯାଇଥିଲେ ପୁଅ ମାରକଣ୍ଡ l ବହୁତ ଚେଷ୍ଟା କଲା ପରେ ବି ନିଜ ପୁଅକୁ ପାଣି ଭିତରୁ ବଞ୍ଚାଇ ପାରିନଥିଲେ l ପାଣିର ସ୍ରୋତରେ ଏମିତି ପ୍ରବଳ ଥିଲା ଯେ କେନାଲ ପାଣିରେ ଭାସିଯାଇଥିଲେ ପୁଅ ମାରକଣ୍ଡ ବାଗ ।

ତୁରନ୍ତ ବଙ୍ଗୋମୁଣ୍ଡା ପୁଲିସ  ଓ ଅଗ୍ନିଶମ ବିଭାଗକୁ ଖବର ଦେଲା ପରେ ବଙ୍ଗୋମୁଣ୍ଡା ପୋଲିସ ମିଳିତ ସହଯୋଗରେ ବଙ୍ଗୋମୁଣ୍ଡା ଓ ମୁରିବାହାଲ ଉଭୟେ ଅଗ୍ନିଶମ ବିଭାଗ ପକ୍ଷରୁ କେନାଲର ପାଣି ଭିତରେ ଦିନ ୧୨ ଟାରୁ ପାଖ ପାଖି ୫ ଟା ହେଲା ସର୍ଚ୍ଚ ଅପରେସନ ଜାରି ରହିଛି । ହେଲେ  ପୁଅର ପତ୍ତା ମିଳୁନାହିଁ l ସେପଟେ ପାଣି ଭିତରେ ଅନେକ ଦୂର ଓ ଦୀର୍ଘ ସମୟ ପରେ ବି ପତ୍ତା ମିଳିନଥିବା ବଙ୍ଗୋମୁଣ୍ଡା ଅଗ୍ନିଶମ ଅଧିକାରୀ ପୀତବାସ ବଢ଼େଇ କହିଛନ୍ତି l

Related story