ଆସୁଛନ୍ତି ଗଜାନନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା ସହ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ସାରାରାଜ୍ୟ ଉତ୍ସବ ମୁଖର। ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସିଲାଣି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର।  ଚଳିତ ଥର ଏଠାରେ ୨ଶହ ମଣ୍ଡପରେ ପୂଜା ପାଇବେ ଗଜାନନ। ସେପଟେ ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ତାଳଚେର ସହର ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜେଇ ହେଲାଣି। ପୂଜା ମଣ୍ଡପରେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ […]

ganesh-1

Tapas Behera
  • Published: Sunday, 01 September 2019
  • , Updated: 01 September 2019, 10:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା ସହ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ସାରାରାଜ୍ୟ ଉତ୍ସବ ମୁଖର। ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସିଲାଣି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର।  ଚଳିତ ଥର ଏଠାରେ ୨ଶହ ମଣ୍ଡପରେ ପୂଜା ପାଇବେ ଗଜାନନ।

ସେପଟେ ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ତାଳଚେର ସହର ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜେଇ ହେଲାଣି। ପୂଜା ମଣ୍ଡପରେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ପୂଜା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବାରିପଦାରେ ଚଳିତ ଥର ପିତ୍ତଳରେ ନିର୍ମିତ ଗଜାନନଙ୍କ ୧୮ ଫୁଟ ଉଚ୍ଚତାର ନିଆରା ମୂର୍ତ୍ତି ମୁଖ୍ୟ ଆକର୍ଷଣ। ପିତ୍ତଳ ଚାଦରରେ ନିର୍ମିତ ଏହି ମୂର୍ତ୍ତି ଦେଢ ମାସ ପରିଶ୍ରମ କରି ନିର୍ମାଣ କରିଛନ୍ତି ୬ଜଣ କାରିଗର।

ସେପଟେ ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଘରେ ଘରେ ଚାଲିଛି ପ୍ରସ୍ତୁତି। ଏକାଠି ହେଲେଣି ପରିବାର ଲୋକେ। ନୂଆଁଖାଇ ପାଇଁ ବଜାରରେ ବି ଜମିଲାଣି ଭିଡ଼। ରୀତିନୀତି ଅନୁଯାୟୀ ଆବଶ୍ୟକ ନୂଆ ଶାଢ଼ି, ସରିଆ ଧାନ, କୁଲା, ଭୁଗା, ଖଡ଼ିକା, ସରଗୀ, ମହୁଲ ପତ୍ର କିଣିବା ପାଇଁ ବଜାରରେ ନାହିଁ ନଥିବା ଭିଡ଼। ବଲାଙ୍ଗିର ହାଟପଦାପଡ଼ାରେ ଏଥିପାଇଁ ବସିଛି ସ୍ୱତନ୍ତ୍ର ହାଟ।

ସମ୍ବଲପୁର ସହରର ଗୋଲବଜାର, ଫାଟକ ବଜାର, ବୁଢାରାଜା ବଜାରରେ ବି ଜମୁଛି ଲୋକଙ୍କ ଭିଡ଼। ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି ପରେ ପରିବାରର ସମସ୍ତେ ଏକାଠି ହୋଇ ନୂଆଁ ଖାଇଥା’ନ୍ତି। ଗୋଟିଏ ଦିନ ପରିବାର ସହ ଏକାଠି ହେବା ସୁଯୋଗ ଥିବାରୁ ବାହାରେ ଥିବା ଲୋକେ ଏବେ ଘର ମୁହାଁ।

Related story