ବେଦାନ୍ତ ଏଣ୍ଟ୍ରି ଟ୍ୟାକ୍ସ ମାମଲା: ଓଡ଼ିଶା ସପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ରାୟ

ଭୁବନେଶ୍ୱର: ବେଦାନ୍ତ ଏଣ୍ଟ୍ରି ଟ୍ୟାକ୍ସ ମାମଲାରେ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଟ୍ୟାକ୍ସ ବାବଦକୁ ରାଜ୍ୟ ସରକାର ୧୫୦୦ କୋଟି ଓ ସୁଧ ପାଇବେ। ଏ ନେଇ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“ରାଜ୍ୟ ସରକାରଙ୍କ ୧୦୦ ପ୍ରତିଶତ ଏଣ୍ଟ୍ରି ଟ୍ୟାକ୍ସକୁ ବେଦାନ୍ତ ଗ୍ରହଣ କରୁନଥିଲା। ଏହା ବିରୋଧରେ ୨୦୦୯ରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସୁପ୍ରିମ୍‌କୋର୍ଟ ଯାଇଥିଲା। ସୁପ୍ରିମ୍‌କୋର୍ଟ ଏହି ମାମଲାକୁ ବିଚାର କରି ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି।”

supreme_court

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 10:00 PM IST

ଭୁବନେଶ୍ୱର: ବେଦାନ୍ତ ଏଣ୍ଟ୍ରି ଟ୍ୟାକ୍ସ ମାମଲାରେ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଟ୍ୟାକ୍ସ ବାବଦକୁ ରାଜ୍ୟ ସରକାର ୧୫୦୦ କୋଟି ଓ ସୁଧ ପାଇବେ।

ଏ ନେଇ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“ରାଜ୍ୟ ସରକାରଙ୍କ ୧୦୦ ପ୍ରତିଶତ ଏଣ୍ଟ୍ରି ଟ୍ୟାକ୍ସକୁ ବେଦାନ୍ତ ଗ୍ରହଣ କରୁନଥିଲା। ଏହା ବିରୋଧରେ ୨୦୦୯ରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସୁପ୍ରିମ୍‌କୋର୍ଟ ଯାଇଥିଲା। ସୁପ୍ରିମ୍‌କୋର୍ଟ ଏହି ମାମଲାକୁ ବିଚାର କରି ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି।”

Related story