ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ: ମରୁଡ଼ି ଓ ଚାଷୀ ମୃତ୍ୟୁ ହେବ ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ, ସରକାର ଉଠାଇବେ କେନ୍ଦ୍ରୀୟ ଅବହେଳା କଥା

ଭୁବନେଶ୍ୱର: ରାତି ପାହିଲେ ବିଧାନସଭାର ଶୀତ ଅଧିବେଶନ। ଚଳିତ ଅଧିବେଶନ ପାଇଁ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମରୁଡ଼ି ଓ ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ଚୟନରେ ଅନିୟମିତତା, ଶିକ୍ଷକଙ୍କ ସମସ୍ୟା ଓ ଆଇନଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବ। ତେବେ ଫେ।କସରେ ରହିବ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ଏକରକମ ନିଶ୍ଚିତ। […]

bjd-meeting

bjd-meeting

Rakesh Mallick
  • Published: Monday, 30 November 2015
  • Updated: 01 December 2015, 02:20 AM IST

Sports

Latest News

[caption id="attachment_54637" align="alignleft" width="300"]bjd-meeting-1 ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ସୋମବାର ବସିଥିବା ବିଜେଡି ବିଧାୟକ ଦଳ ବୈଠକ[/caption]

ଭୁବନେଶ୍ୱର: ରାତି ପାହିଲେ ବିଧାନସଭାର ଶୀତ ଅଧିବେଶନ। ଚଳିତ ଅଧିବେଶନ ପାଇଁ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମରୁଡ଼ି ଓ ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ଚୟନରେ ଅନିୟମିତତା, ଶିକ୍ଷକଙ୍କ ସମସ୍ୟା ଓ ଆଇନଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବ। ତେବେ ଫେ।କସରେ ରହିବ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ଏକରକମ ନିଶ୍ଚିତ। କାରଣ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ଗୃହରେ ଜୋରଦାର ଢଙ୍ଗରେ ଉଠାଇବା ନେଇ ବିରୋଧୀ ସୂଚନା ଦେଇସାରିଛନ୍ତି। ଗତକାଲି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ ହୋଇସାରିଛି। କଂଗ୍ରେସ ମଧ୍ୟ ଏଭଳି ରଣନୀତି ପ୍ରସ୍ତୁତ କରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଏଥର ଗୃହରେ ତାଙ୍କ ଦଳର ମୁଖ୍ୟ ପ୍ରସଙ୍ଗ ହେବ ଚାଷୀ ମୃତ୍ୟୁ, ମରୁଡ଼ି, ଓ ରାସନକାର୍ଡ। ଏହା ସହିତ ବିଦ୍ୟୁତ୍, ପାନୀୟ ଜଳ, ଦାଦନ ଓ ବେକାରୀ ସମସ୍ୟା ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଯିବ।

ଅନ୍ୟପକ୍ଷରେ ବିରୋଧୀ ଘେରିବାକୁ ଶାସକ ବିଜେଡି ମଧ୍ୟ ପ୍ରସ୍ତୁତ ହୋଇଯାଇଛି। ବିରୋଧୀଙ୍କ ମୁକାବିଲା ଲାଗି ଆଜି ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ସମସ୍ତ ବିଧାୟକ ଯୋଗ ଦେଇଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ଏଥର ବିଧାନସଭାରେ ପୋଲାଭରମ୍ ପ୍ରସଙ୍ଗ ଉଠାଇବେ। ଜଳେସଚନ ପ୍ରକଳ୍ପ ନେଇ କେନ୍ଦ୍ରର ଅନୁଦାନ ହ୍ରାସ ପ୍ରସଙ୍ଗ ମଧ୍ୟ ଉଠାଯିବା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ କେନ୍ଦ୍ର ଅବହେଳା ଓ କେନ୍ଦ୍ରୀୟ ଅନୁଦାନ ହ୍ରସ ପ୍ରସଙ୍ଗ ଏଥର ବିଧାନସଭାରେ ସରକାର ଉଠାଇବେ। ଫାଇଲିନ୍ ବକେୟା ସହାୟତା ରାଶି ପ୍ରସଙ୍ଗ ମଧ୍ୟ ଉଠାଯିବ। ସେ କହିଛନ୍ତି ଯେ ରାଜ୍ୟର ସ୍ୱାର୍ଥ ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି।

ଏଥର ବିଧାନସଭା ଶୀତ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି। ସେହିଭଳି ଏଥର ସରକାର ଏଥର ୫ଟି ବିଲ୍ ଗୃହରେ ପାରିତ ପାଇଁ ଆଗତ କରିବେ। ସେଗୁଡ଼ିକ ହେଉଛି- ଓଡ଼ିଶା ଇଣ୍ଡଷ୍ଟ୍ରି ସର୍ଭିସ୍ ବିଲ୍, ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ସଂଶୋଧିତ ବିଲ୍, ଓଡ଼ିଶା ମ୍ୟୁନିସିପାଲ୍ ସର୍ଭିସ୍ ବିଲ୍, ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ଓଡ଼ିଶା ବିଲ୍, ଓଡ଼ିଶା ପ୍ରଫେସନାଲ୍ ଏଜୁକେସନାଲ୍ ଇନଷ୍ଟିଚ୍ୟୁଟ୍ ବିଲ୍।

ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଶୀତକାଳିନ ଅଧିବେଶନ ପାଇଁ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଧାନସଭା ପରିସରକୁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗ୍ରହଣ କରାଯାଇଛି। ଏଥିପାଇଁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏସ୍ଓଜି, କାଉଣ୍ଟର ଟେରରିଷ୍ଟ ସ୍କ୍ୱାର୍ଡ, ବମ୍ ଡିସ୍ପୋଜାଲ୍ ସ୍କ୍ୱାର୍ଡ ବିଧାନସଭା ଉପରେ ଏବଂ ବାହାରେ ରୁଫଟପ୍ ସିକ୍ୟୁରିଟି, ବିଧାନସଭା ସାମ୍ନାରେ ସିସିଟିଭି ଆଦି ବ୍ୟବସ୍ଥା କରାଯାଇଛି। ସୋମବାର ଏସବୁର ତଦାରଖ କରିଛନ୍ତି ପୋଲିସ ଡିଜି କେବି ସିଂ, ଗୁଇନ୍ଦା ବିଭାଗର ଅଧିକାରୀ ଓ ପୋଲିସ କମିଶନର ଆର ପି ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos