ରାଜ୍ୟପାଳଙ୍କୁ ଭେଟିଲା ଶିବସେନା

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ଆଜି ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାମଦାସ କଦମ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛନ୍ତି। ଭେଟଘାଟ ପରେ ସଞ୍ଜୟ ରାଉତ କହିଛନ୍ତି, ଶିବସେନା ଚାହୁଁଛି ରାଜ୍ୟରେ ଯିଏ ହେଉ ସରକାର ଗଢ଼ୁ, ଆମେ କାହାର ଗତିରୋଧ କରିବାକୁ ଚାହୁଁନୁ। ଏହି ଅବସରରେ ନିର୍ବାଚନ ଫଳାଫଳ ପରେ ରାଜ୍ୟର ପରିବର୍ତ୍ତୀତ ରାଜନୀତିକ ସମୀକରଣ ବାବଦରେ ରାଜ୍ୟପାଳଙ୍କ […]

sena meet governor

sena meet governor

Subhransu Sekhar
  • Published: Monday, 04 November 2019
  • Updated: 05 November 2019, 12:51 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ଆଜି ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାମଦାସ କଦମ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛନ୍ତି। ଭେଟଘାଟ ପରେ ସଞ୍ଜୟ ରାଉତ କହିଛନ୍ତି, ଶିବସେନା ଚାହୁଁଛି ରାଜ୍ୟରେ ଯିଏ ହେଉ ସରକାର ଗଢ଼ୁ, ଆମେ କାହାର ଗତିରୋଧ କରିବାକୁ ଚାହୁଁନୁ। ଏହି ଅବସରରେ ନିର୍ବାଚନ ଫଳାଫଳ ପରେ ରାଜ୍ୟର ପରିବର୍ତ୍ତୀତ ରାଜନୀତିକ ସମୀକରଣ ବାବଦରେ ରାଜ୍ୟପାଳଙ୍କ ସହ ଆଲୋଚନା ହୋଇଥିବା ସଞ୍ଜୟ ରାଉତ କହିଛନ୍ତି। ଯାହା ପାଖରେ ବହୁମତ ରହିବ ସେ ହିଁ ସରକାର ଗଢ଼ିବ। ରାଜ୍ୟପାଳଙ୍କୁ ମୁଁ ପରାମର୍ଶ ଦେଇପାରିବି ନାହିଁ। ସରକାର ଗଢ଼ିବା ପାଇଁ କାହାକୁ ଡ଼କାଯିବ ସେ ନିଷ୍ପତ୍ତି ରାଜ୍ୟପାଳଙ୍କର ବୋଲି ସଞ୍ଜୟ ରାଉତ କହିଛନ୍ତି।

https://twitter.com/ANI/status/1191321371466321920

ସୂଚନାଯୋଗ୍ୟ, ଚଳିତ ବିଧାନସଭାର କାର୍ଯ୍ୟକାଳ ୮ ତାରିଖରେ ଶେଷ ହେଉଛି। ଶିବସେନା ଅନ୍ୟ ଦଳ ଏନସିପି-କଂଗ୍ରେସ ମେଣ୍ଟ ସହ ମିଶି ସରକାର ଗଢ଼ିବା ପାଇଁ ଗତକାଲି ଇଙ୍ଗିତ କରିସାରିଥିବା ବେଳେ ବିଜେପି ଶିବିର ନିରବ ରହିଛି। ଦିଲ୍ଲୀ ଦରାବାରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବିଜେପି ସଭାପତି ଅମିତ ଶାହଙ୍କୁ ଭେଟିଛନ୍ତି। ସେହିପରି ଦିଲ୍ଲୀରେ ଆଉ କିଛି ସମୟ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଭେଟିବେ। ଶିବସେନାକୁ ଏହି ଦୁଇ ସହଯୋଗୀ ସରକାର ଗଢ଼ିବା ପାଇଁ ସମର୍ଥନ କରିବେ କି ନାହିଁ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି। ଯଦି ଶିବସେନାକୁ ଏହି ଏନସିପି-କଂଗ୍ରେସ ମେଣ୍ଟ ସମର୍ଥନ କରିବ ତାହାଲେ ଶିବସେନା ସରକାର ଗଢ଼ିପାରିବ। ଏଥିସହ ୨୯ ଅନ୍ୟାନ୍ୟ ବିଧାୟକରୁ କିଛି ଶିବସେନାକୁ ପୂର୍ବରୁ ସମର୍ଥନ ଦେଇସାରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos