ହାଇଦ୍ରାବାଦ: ଭାରତୀୟ ବାୟୁସେନାରେ ପ୍ରଥମ ଥର ପାଇଁ ସାମିଲ ହେଲେ ମହିଳା ଫାଇଟର ପାଇଲଟ୍। ଅଜି ୩ ଜଣ ମହିଳା ଫାଇଟର ପାଇଲଟ୍ଙ୍କୁ ହାଇଦ୍ରାବାଦ ସ୍ଥିତ ଏୟାରଫୋର୍ସ ଏକାଡେମୀରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ବିଧିବଦ୍ଧ ଭାବେ ବାୟୁସେନାର ଫାଇଟର ଜେଟ୍ ଉଡ଼ାଣରେ ସାମିଲ କରିଛନ୍ତି। ସେମାନେ ହେଲେ ବିହାରର ଫ୍ଲାଇଂ କ୍ୟାଡେଟ୍ ଭାବନା କାନ୍ତ, ମଧ୍ୟପ୍ରଦେଶର ଅବନୀ ଚତୁର୍ବେଦୀ ଓ ରାଜସ୍ଥାନର ମୋହନା ସିଂ। ସେମାନେ ତେଜସ୍ ଓ ସୁଖୋଇ ଭଳି ବାୟୁ ସେନାର ଲଢୁଆ ବିମାନ ଉଡ଼ାଇବେ। ଆସନ୍ତା ୬ ମାସ ପର୍ଯ୍ୟନ୍ତ ସେମାନେ ଅତ୍ୟାଧୁନିକ ଲଢ଼ୁଆ ବିମାନ ହକ୍ରେ ଉଡ଼ାଣ ପ୍ରଶିକ୍ଷଣ ନେବେ। ୨୦୧୭ରୁ ଏମାନେ ଉଡ଼ାଇବେ ଲଢୁଆ ବିମାନ।