ବିଜେଡି କ୍ୟାଂପରେ ଜାତୀୟ ପତାକାକୁ ଅସମ୍ମାନ

ଅପର୍ତ୍ତିବିନ୍ଧା ଏସବିଆଇ ଛକ ସମ୍ମୁଖରେ ବିଜେଡି ପକ୍ଷରୁ କରାଯାଇଥିବା କାଉଣ୍ଟି କ୍ୟାମ୍ପରେ ଜାତୀୟ ପତାକାକୁ ଅସମ୍ମାନ। ଅଶୋକ ଚକ୍ରକୁ ବିକୃତ କରିଛି ଦଳ। ଟେଣ୍ଟରେ ଦୁଇ ପଟେ ସବୁଜ କପଡ଼ା ମଧ୍ୟରେ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଛି। କାଉଣ୍ଟିଂ ସେଣ୍ଟର ପାଖରେ ହିଁ ଥିଲା ବିଜେଡି କ୍ୟାମ୍ପ। ପାଖରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ। ଏସପି ଜିଲ୍ଲାପାଳ ଏବଂ ମାଳ ମାଳ ପୋଲିସ ବି ଥିଲେ। କିନ୍ତୁ କାହାରି ଏହା ଉପରେ ନଜର ନଥିଲା। ବିଜେଡି ଦଳର ଚି଼ହ୍ନ ଅନୁସାରେ କ୍ୟାମ୍ପକୁ ଧଳା ଓ ସବୁଜରେ ତିଆରି କରାଯାଇଥିଲା। ଆଉ ଏହି ଧଳା କପଡ଼ା ମଧ୍ୟରେ ଅଶୋକ ଚକ୍ର ବ୍ୟବହାର କରାଯାଇଥିଲା। ଦେଖନ୍ତୁ ଭିଡ଼ିଓ।