କଂଗ୍ରେସ ଡାକୁଛି ଉଦ୍ଧାର କର!

ଗାନ୍ଧୀ ନାଁରେ ଯାହା ଖାଇଛ ସବୁ ବାହାର କର। ସୁଧ ଗଣିବାର ସମୟ ଆସିଯାଇଛି। ତ୍ରାହି ମାଂ ରଡ଼ିରେ ଏବେ ଗୁଞ୍ଜି ଉଠୁଛି କଂଗ୍ରେସ ପାର୍ଟି। କିଛି ଏଭଳି ଢଙ୍ଗରେ ଆଜି ସମସ୍ତ କଂଗ୍ରେସ କର୍ମୀଙ୍କୁ ଅପିଲ କରିଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା କେଆର ରମେଶ କୁମାର।