ସ୍ୱରରେ ସ୍ୱରରେ ବଞ୍ଚି ରହିବେ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର: ସେ ଏକ ଛନ ଛନ ପ୍ରଜାପତି, ଯିଏ ନିଇତି ପ୍ରଶଂସକଙ୍କ ମନରେ ନୂପୁର ବଜାଏ। ତାଙ୍କ ଜୀବନ ସଂଗ୍ରାମର ପ୍ରତିଟି ବଙ୍କିମ ରେଖାରେ ଥିଲା କବିତାର ଉତ୍ତାପ। ତାଙ୍କ ଜୀବନଟା ନାଟକ ହୋଇଥାଇପାରେ, କିନ୍ତୁ କଳଙ୍କ ତାଙ୍କୁ କେବେ ବି ଛୁଇଁପାରିଲାନି। ସେ ମୟୁରୀର ମନ ଆକାଶରେ ସାଜିପାରନ୍ତି ମେଘ ମହ୍ଲାର, ପୁଣି ଶ୍ରାବଣୀକୁ ଶୁଣାନ୍ତି ସଙ୍ଗୀତ।

ଓଡ଼ିଆ ସଙ୍ଗୀତ ଯଦି ନଈଟିଏ ହୁଏ, ତା’ର ବକ୍ଷରେ ଅନେକ ସଙ୍ଗୀତ ଡଙ୍ଗାକୁ କୂଳରେ ଲଗାଇଛନ୍ତି ଶାନ୍ତନୁ ମହାପାତ୍ର। ବୟାଅଶୀ ବର୍ଷ ବୟସରେ ଏହି ସଂଗୀତ ଦ୍ରୋଣାଚାର୍ଯ୍ୟ ଚିର ନିଦ୍ରାରେ ଶୋଇ ଯାଇଛନ୍ତି ସତ, ହେଲେ ତାଙ୍କ ଗୀତସବୁ ଶ୍ରୋତାଙ୍କ ମନ ମଞ୍ଚରେ ଅଭିନୟ ଜାରି ରଖିଛନ୍ତି, ଆମୋଦିତ କରୁଛନ୍ତି, କରୁଥିବେ ବି ଅସରନ୍ତ ସମୟ ଯାଏ। 1936ରେ କଳାର କ୍ଷେତ୍ର ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମ ତାଙ୍କର। ପରିବାରରୁ ପ୍ରେରଣା ସହ ବାରିପଦାର ପ୍ରତିଭାପୂର୍ଣ୍ଣ ପରିବେଶରେ ଏହି କଟି ଗୁଳ୍ମ ଦିନେ ମହାଦ୍ରୁମରେ ପରିଣତ ହେବ, ତାହା ସମ୍ଭବତଃ ଠଉରାଇ ନେଇଥିଲେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ। ସେଥିପାଇଁ ତ ମୁଣ୍ଡ ଆଉଁସି କହିଥିଲେ, ବାପାରେ ଗୋଟିଏ କଥା ମନେ ରଖିଥିବୁ। ଗୁରୁ ବିନା ଜ୍ଞାନ ନେହିଁ, ସାଧନ ବିନା ସଙ୍ଗୀତ ନେହିଁ। ବାସ୍ ସେଇଠୁ ହିଁ ଦାନା ବାନ୍ଧିଥିଲା ସର୍ଜନାର ଝୁଙ୍କ। ଆଉ ଗୀତ ନଈର କୁଳେ କୁଳେ ମାଡ଼ି ଚାଲିଲେ ଶାନ୍ତନୁ । ପଶ୍ଚିମବଙ୍ଗର ଆଶୁତୋଷ କଲେଜରେ ପଢ଼ିବା ସମୟରେ ହିଁ ସଲିଲ୍ ଚୌଧୁରୀଙ୍କ ସମ୍ପର୍କରେ ଆସିଥିଲେ। ଆଉ ସଲିଲଙ୍କ ପ୍ରେରଣାରେ ହିଁ ଓଡ଼ିଆ ସଙ୍ଗୀତରେ ଜମ୍ପିଙ୍ଗ ନୋଟର ପ୍ରଥମ ପ୍ରୟୋଗ କରିଥିଲେ ଅମଡ଼ା ବାଟର ନାୟକ ଶାନ୍ତନୁ ମହାପାତ୍ର।

ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲୋଜି ଆଣ୍ଡ ଜିଓଫିଜିକ୍ସ ରେ ବିଏସସି ସାରି ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରି ଆରମ୍ଭ କଲେ। ଶାନ୍ତନୁ ପରେ ସଙ୍ଗୀତ ନାରାୟଣ ବାଞ୍ଛାନିଧି ପଣ୍ଡାଙ୍କଠାରୁ ସଙ୍ଗୀତ ଶିଖିଥିଲେ। ବିଭିନ୍ନ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ସମୟ କ୍ରମେ ସେ ପାଲଟି ଯାଇଥିଲା ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ଟପ୍ ଗ୍ରେଡ୍ କମ୍ପୋଜର୍। ଓଡ଼ିଆ ସହ ବଙ୍ଗଳା, ଅହମିୟା, ହିନ୍ଦୀ ଏବଂ ତେଲଗୁ ଆଦି ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ। ତାଙ୍କ କମ୍ପୋଜରେ ହିଁ ପ୍ରଥମ ଓଡ଼ିଆ ଗୀତ ଗାଇଥିଲେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ମହମ୍ମଦ ରଫି ଏବଂ ଲତା ମଙ୍ଗେସକର। ଅନ୍ୟ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ମଧ୍ୟରେ ସୁରେଶ ଓ୍ବାଦେକର, ଅଭିଜିତ, ଅନୁରାଧା ପୋଡଓ୍ବାଲ, କବିତା କ୍ରିଷ୍ଣମୂର୍ତ୍ତି ଆଦି ମଧ୍ୟ ଶାନ୍ତନୁଙ୍କ ନିର୍ଦ୍ଦେଶନାରେ ଗାଇଛନ୍ତି। ସେହିପରି ଓଡ଼ିଶାର ବହୁ ପ୍ରତିଭା ଯଥା ଅକ୍ଷୟ ମହାନ୍ତି ଏବଂ ପ୍ରଣବ ପଟ୍ଟନାୟକଙ୍କ ପ୍ରସିଦ୍ଧ ଗୀତ ପଛରେ ରହିଛି ଶାନ୍ତନୁଙ୍କ ସଙ୍ଗୀତପ୍ରାଣର ଚମତ୍କାରିତା।

ତାଙ୍କର ସ୍ମରଣୀୟ ସଙ୍ଗୀତ ସୃଷ୍ଟି ମଧ୍ୟରେ ଅରୁନ୍ଧତୀ ଫିଲ୍ମର ମୟୁରୀ ଗୋ ତୁମେ ଆକାଶେ ମୁଁ ଦିନେ ଏବଂ ଆଜି ମୁଁ ଶ୍ରାବଣୀ ଏବେବି ଅଭୁଲା ହୋଇ ରହିଛି। ନୂପୁର ବଜାଏ କିଏ, ସେଇ ଚୁନା ଚୁନା ତାରାଫୁଲ ଆଜି, ମୁଁ ତ ଥିଲି ଏକୁଟିଆ ବାଁଆଁରା ପକ୍ଷୀ ଏବଂ ତୁମକୁ ପାରୁନି ତ ଭୁଲି ଆଦି ଗୀତ ଏବେ ଅଗଣିତ ପ୍ରଶଂସକଙ୍କ ମୁହଁରେ ଗୁଣୁ ଗୁଣଉ ହେଉଛି। 2020 ବର୍ଷର ଅନେକ ଦୁଃଖକୁ ପଛରେ ଛାଡ଼ି ଓଡ଼ିଶାବାସୀ ଆଗକୁ ବଢ଼ିବାର ସଜ ହେଉଥିବାବେଳେ ହିଁ ଆସିଛି ଏହି ଦୁଃଖଦ ଖବର। ଓଡ଼ିଆ ସଙ୍ଗୀତ ଜତଗରେ ଅନେକ ନୂଆପଣକୁ ଖଞ୍ଜିଥିବା ଶାନ୍ତନୁ ମହାପାତ୍ରଙ୍କ ସାଧନା ଓ ସିଦ୍ଧି ତାଙ୍କୁ ବଞ୍ଚାଇ ରଖିବ ଚିରକାଳ ପାଇଁ ଓଡ଼ିଆଙ୍କ ହୃଦୟ ଭିତରେ। ଆମେ ଝୁରି ହେବୁ, ଝୁରି ହେବେ କୋଟି କୋଟି ସଙ୍ଗୀତପ୍ରେମୀ ଆଉ ଝୁରି ହେବ ସାରା ଓଡ଼ିଶା।

Ordigital Desk
• Published: Wednesday, 30 December 2020
• Updated: 30 December 2020, 08:08 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos