ମାଲେସିଆ ଜେଲ୍ରେ ଓଡ଼ିଆ ପାଇପ୍ ମିସ୍ତ୍ରୀ
- Published: Tuesday, 06 November 2018
- , Updated: 06 November 2018, 09:05 AM IST
<p>ଆଳି(ବନମାଳି ସାହୁ): ମାଲେସିଆକୁ ପାଣି ପାଇପ୍‌ ମିସ୍ତ୍ରୀ ଭାବେ କାମ କରିବାକୁ ଯାଇ ଫସି ଯାଇଛନ୍ତି ଜଣେ ଓଡ଼ିଆ। ସେ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ନାଁ ଅଶୋକ ମଳିକ।</p>
<p>ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୋ ଗାଁର ଅଶୋକ ପାଣି ପାଇପ୍‌ କାମ କରିବା ପାଇଁ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ମାଲେସିଆ ଯାଇଥିଲେ। ସେଠାରେ ସେ A Z ଏକ୍ସପ୍ରେସ ରିସୋର୍ସ ନାମକ ଏକ କମ୍ପାନୀରେ କାମ କରୁଥିଲେ।</p>
<p>ହେଲେ ଟୁରିଷ୍ଟ ଭିସାର ଅବଧି ସରିଯାଇଥିବାରୁ ଗତ ଅଗଷ୍ଟ ୩୧ ତାରିଖରେ ମାଲେସିଆ ପୁଲିସ୍ ତାଙ୍କୁ ଗିରଫ କରିଥିଲା।</p>
<p>ଗତ ୨ମାସ ହେଲା ସେ ଜେଲ୍‌ରେ ଅଛନ୍ତି। ପରିବାର ଲୋକେ ଏହା ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଖୁବଶୀଘ୍ର ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।</p>