ହିଞ୍ଜିଳିକାଟୁରୁ ପ୍ୟାରିସ୍ ପଥରେ ‘ଅଭିଳାଷ’

ଇଚ୍ଛାଶକ୍ତି ଥିଲେ, କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। କଳା ପ୍ରତି ସମର୍ପଣ ଓ ନିଷ୍ଠା ଥିବାରୁ ଗଞ୍ଜାମର ହିଞ୍ଜିଳିକାଟୁରୁ ଫ୍ରାନ୍ସର ପ୍ୟାରିସ୍ ପର୍ଯ୍ୟନ୍ତ ସେମାନେ ପହଞ୍ଚିପାରିଛନ୍ତି। କରୋନା କାଳରେ ସର୍ବାଧିକ ପ୍ରଭାବିତ ହୋଇଥିଲା ଗଞ୍ଜାମ। ପ୍ରତିକୂଳ ପରିସ୍ଥିତି ଭିତରେ କୃଷ୍ଣଚନ୍ଦ୍ର ସାହୁ କେବଳ ଫିଲ୍ମ ତିଆରି କରିବା କଥା ଚିନ୍ତା କରି ନ ଥିଲେ ବରଂ ସଫଳ ମଧ୍ୟ ହେଲେ। ଏହାସହ ବିଶ୍ୱସ୍ତରରେ ଓଡ଼ିଶା ପାଇଁ ଗୌରବ ମଧ୍ୟ ଆଣିଛନ୍ତି। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ଶର୍ଟ ଫିଲ୍ମ ‘ଅଭିଳାଷ’ ଆଗକୁ କାନସ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଟିମ୍ ‘ଅଭିଳାଷ’ ସହ ସ୍ୱତନ୍ତ୍ର ଆଲୋଚନା ଦେଖନ୍ତୁ ‘ଆଳାପ’ରେ।