ଭୁବନେଶ୍ୱର: ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ଦଳୀୟ କାର୍ଯ୍ୟାଳୟରେ ଆଜି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତିଙ୍କ ସହ ଦଳର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
ରାଜ୍ୟ କଂଗ୍ରେସ ଭବନରେ ପାଳନ ହୋଇଛି ସ୍ୱାଧୀନତା ଦିବସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିରେ ବହୁ କଂଗ୍ରେସ କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ।
ବିଜେପି କାର୍ଯାଳୟରେ ମଧ୍ୟ ପାଳିତ ହୋଇଛି ସ୍ୱାଧୀନତା ଦିବସ। ଏଥିରେ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଏବଂ ଗିରିଧର ଗମାଙ୍ଗ ସାମିଲ ହୋଇଥିଲେ। ଉତ୍ସବରେ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହି ଦେଶ ମାତୃକାର ସେବା କରିଥିବା ମହାମନିଷୀଙ୍କୁ ସ୍ମରଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।