ଆଜିଠୁ ବିଜେଡିର ମହାନଦୀ ମହାସଂଗ୍ରାମ; ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଇବ ବିଜେଡି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଚିଖିଲିରୁ ଆରମ୍ଭ ହେବ ବିଜେଡିର ମହାନଦୀ ସୁରକ୍ଷା ଯାତ୍ରା। ମହାନଦୀର ଦୁଇ ପାର୍ଶ୍ୱରେ ଥିବା ସୁଖାଶୋଡ଼ା ଓ ଚିଖିଲି ଉଭୟ ସ୍ଥାନରେ ସାଧାରଣ ସଭାର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ଦୁଇଟି ସ୍ଥାନରେ ଯୋଗ ଦେଇ ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କରିବେ। ୧୫ଟି ଜିଲ୍ଲା ଅତିକ୍ରମ କରି ଏଇ ଯାତ୍ରା ପାରାଦୀପରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Previous ArticleNext Article

Send this to a friend