କଟକ (ଓଡ଼ିଶା ରିପୋର୍ଟର): ବାଣ ବିକ୍ରି ଉପରେ କଟକଣା କଡାକଡି ହେବ। ବାଣ ବିକ୍ରି କରୁଥିବା ବ୍ୟବସାୟୀମାନେ ରାସ୍ତା କଡରେ ମନଇଚ୍ଛା ବାଣ ଦୋକାନ ଖୋଲିବେ ନାହିଁ। ଜନବସତିଠାରୁ ଦୂରରେ ଓ ଖୋଲା ସ୍ଥାନରେ ବାଣ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବ। ବିଭିନ୍ନ ଥାନା ଅଞ୍ଚଳରେ ଥିବା ଖାଲି ସ୍ଥାନକୁ ଚିହ୍ନଟ କରି ଥାନା ଅଧିକାରୀମାନେ ଦୋକାନ ପାଇଁ ଅନୁମତି ଦେବେ। ଏନେଇ କଟକ ସହରରେ ୩୦ ଅଞ୍ଚଳ ଚିହ୍ନଟ କରାଯାଇଛି। ଏଥିସହ କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ଦୋକାନ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।