ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ କରିବ। ବାର୍ଦ୍ଧକ୍ୟ ଭତ୍ତା ୩୦୦ରୁ ୧୦୦୦ ଟଙ୍କା କରିଦେବ। ଏଥିସହ ଗରିବଙ୍କ ଉନ୍ନତମାନର ଚିକିତ୍ସା ଲାଗି ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ। ଆଜି କୋରାପୁଟ ଜିଲ୍ଲା ଜୟପୁର ମେଘମାଳ ତୋଟାରେ ଆୟୋଜିତ ଏକ ସଭାରେ କର୍ମୀ ଓ ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ବେଳେ ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଉପା ସରକାରଙ୍କ ଯୋଜନାର ନାଁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ବାହାସ୍ପୋଟ ମାରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି</p> <p>ଏହି ଅବସରରେ ପିସିସି ନବନିଯୁକ୍ତ କମିଟି ମଧ୍ୟ କୋରାପୁଟରେ ଶକ୍ତି ପ୍ରଦର୍ଶନ କରିଛି। ଏହି ସମାବେଶରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ ବିଧାୟକ ଯୋଗଦେଇଥିଲେ। ପ୍ରଥମେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।