ମାଛମରା ହେଲା କାଳ: ବିସ୍ଫୋରଣରେ ଜଣେ ମୃତ, ୨ ଗୁରୁତର

sambalpur

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା କୁଶନପୁର ମାଳତୀଜୋରରେ ମାଛମରା ୩ ଜଣଙ୍କ ପାଇଁ କାଳ ହୋଇଛି। ମାଛ ମାରିବା ବେଳେ ବିସ୍ଫୋରକ ଫୁଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ପୋଖରୀରେ ବିସ୍ଫୋରକ ଫୁଟାଇ ମାଛ ମାରିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଶାସନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend