ମୁଦ୍ରାରେ ସ୍ଥାନ ପାଇବ ପାଇକ ବିଦ୍ରୋହର ଚିତ୍ର

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଦ୍ରାରେ ସ୍ଥାନ ପାଇବ ପାଇକ ବିଦ୍ରୋହର ଚିତ୍ର। ସ୍ମାରକୀ ଡାକ&nbsp; ଟିକଟ ପରେ ଏବେ ମୁଦ୍ରାରେ ୧୮୧୭ର ପାଇକ ବିଦ୍ରୋହ ଚିତ୍ର ସ୍ଥାନ ପାଇବ। ଏଥିଲାଗି ପ୍ରସ୍ତୁତ ଡିଜାଇନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚୂଡାନ୍ତ&nbsp; ହେବା ପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ।&nbsp; ଡିଜାଇନ ପ୍ରସ୍ତୁତ ଲାଗି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିଳ୍ପୀ&nbsp; ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀ ପ୍ରାକ୍ତନ ସଚିବ ତାରାକାନ୍ତ ପରିଡ଼ା ଏବଂ ବି.କେ ଆର୍ଟ କଲେଜର&nbsp; ଅଧ୍ୟାପକ ଶିଳ୍ପୀ ଗଜେନ୍ଦ୍ର ସାହୁ ସାମିଲ ହୋଇଥିଲେ। କମିଟି ନିଷ୍ପତ୍ତି ଅନୁଯାୟୀ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କୁ ଡିଜାଇନ୍ ପ୍ରସ୍ତୁତି ଦାୟିତ୍ୱ&nbsp; ଦିଆଯାଇଥିଲା।&nbsp; ପୂର୍ବରୁ ଶିଳ୍ପୀ ଗଜେନ୍ଦ୍ର ସାହୁ ନବକଳେବର ଡିଜାଇନ&nbsp; ପ୍ରସ୍ତୁତ କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଦ୍ରୋଣାଚାର୍ଯ୍ୟ ଏବଂ ଅର୍ଜୁନ ପୁରସ୍କାର ଡିଜାଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି।</p>

Ordigital Desk
  • Published: Sunday, 11 March 2018
  • Updated: 11 March 2018, 09:06 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଦ୍ରାରେ ସ୍ଥାନ ପାଇବ ପାଇକ ବିଦ୍ରୋହର ଚିତ୍ର। ସ୍ମାରକୀ ଡାକ&nbsp; ଟିକଟ ପରେ ଏବେ ମୁଦ୍ରାରେ ୧୮୧୭ର ପାଇକ ବିଦ୍ରୋହ ଚିତ୍ର ସ୍ଥାନ ପାଇବ। ଏଥିଲାଗି ପ୍ରସ୍ତୁତ ଡିଜାଇନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚୂଡାନ୍ତ&nbsp; ହେବା ପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ।&nbsp; ଡିଜାଇନ ପ୍ରସ୍ତୁତ ଲାଗି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିଳ୍ପୀ&nbsp; ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀ ପ୍ରାକ୍ତନ ସଚିବ ତାରାକାନ୍ତ ପରିଡ଼ା ଏବଂ ବି.କେ ଆର୍ଟ କଲେଜର&nbsp; ଅଧ୍ୟାପକ ଶିଳ୍ପୀ ଗଜେନ୍ଦ୍ର ସାହୁ ସାମିଲ ହୋଇଥିଲେ। କମିଟି ନିଷ୍ପତ୍ତି ଅନୁଯାୟୀ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କୁ ଡିଜାଇନ୍ ପ୍ରସ୍ତୁତି ଦାୟିତ୍ୱ&nbsp; ଦିଆଯାଇଥିଲା।&nbsp; ପୂର୍ବରୁ ଶିଳ୍ପୀ ଗଜେନ୍ଦ୍ର ସାହୁ ନବକଳେବର ଡିଜାଇନ&nbsp; ପ୍ରସ୍ତୁତ କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଦ୍ରୋଣାଚାର୍ଯ୍ୟ ଏବଂ ଅର୍ଜୁନ ପୁରସ୍କାର ଡିଜାଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos