ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ରେଙ୍ଗା ପଞ୍ଚାୟତ ଡାବୁଗୁଡ଼ା ଗାଁରେ ଆନ୍ଥ୍ରାସ ରୋଗ ଆକ୍ରାନ୍ତରେ ତିନି ଦିନ ମଧ୍ୟରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ସୋମନାଥ ନାୟକ ଓ ଜାଇମତି ଝଡ଼ିଆ। କେଉଁ କାରଣରୁ ଏହି ରୋଗ ବ୍ୟାପିଛି ବର୍ତ୍ତମାନ ସୁଧା ଜଣାପଡ଼ିନାହିଁ। ଏହି ରୋଗ ସଧାରଣତ ପଚା ମାଂସ ଖାଇଲେ ହୋଇଥାଏ । କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ୍ ଡାବୁଗୁଡ଼ା ଗାଁକୁ ଯାଇ ଚିକିତ୍ସା କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।