ଖୋଲିବ ଉନ୍ମୟ ହତ୍ୟାକାଣ୍ଡର ରହସ୍ୟ: ସତ ଉଗାଳିବେ ଭିଡିଓରେ ଥିବା ଯୁବତୀ!

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖୋଲିପାରେ ଉନ୍ମୟ ପାଢୀ ହତ୍ୟାକାଣ୍ଡର ରହସ୍ୟ। ଭାଇରାଲ ଭିଡିଓରେ ଥିବା ଝିଅ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖିଛି। କୋଲକତା ଖସିବାକୁ ଉଦ୍ୟମ କରୁଥିବା ବେଳେ ଉଭୟଙ୍କୁ ଧରିଛି ପୋଲିସ। ଜେରା ପରେ ହତ୍ୟା ରହସ୍ୟ ଖୋଲିବ ବୋଲି ପୋଲିସ ଆଶା ରଖିଛି।

ଗତକାଲି ଉଭୟଙ୍କୁ ପଚରାଉଚରା କରି ପୋଲିସ ଛାଡି ଦେଇଥିଲା। ହତ୍ୟା ପଛର ଖିଅ କାଢିବାକୁ ସେମାନଙ୍କଠାରୁ ତଥ୍ୟ ଯୋଗାଡ କରୁଛି କମିଶନରେଟ ପୋଲିସର ସ୍ପେଶାଲ ଟିମ୍। ପୋଡିଯାଇଥିବା ଲାପ୍‌ଟପ୍‌ ଓ ଡଙ୍ଗଲ ଫୋରେନସିକ୍‌କୁ ଯାଇଥିବା ବେଳେ ପୋଲିସ ସେଠାରୁ କିଛି ସୁରାଗ ସଂଗ୍ରହ କରିବାର ଆଶା ରଖିଛି। ଯେଉଁ ସବୁ ହୋଟେଲରେ ଏହି ଭିଡିଓ ପ୍ରସ୍ତୁତ ହୋଇଛି ସେହି ହୋଟେଲ ଓ ଅଫିସରୁ ମଧ୍ୟ ପୋଲିସ ସୁରାଗ ଯୋଗାଡ କରୁଥିବା ଜଣାପଡିଛି। ୪ ଦିନ ତଳେ ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଉନ୍ମୟ ଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Previous ArticleNext Article

Send this to a friend