ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର,( ଓଡ଼ିଶା ରିପୋର୍ଟର): ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍‌ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ଯାଇଥିବା ସୁନା ଗହଣା।</p> <p>ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଗହଣା ସହ ଲଗେଜ ଧରି ଟ୍ରେନ୍‌ରେ ଠିଆ ହୋଇଥିବା ବେଳେ ତାଙ୍କ ଅନ୍ୟ ମନସ୍କତାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରି ନେଇଥିଲେ। ଏନେଇ ଜିଆରପି ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ଆରପିଏଫର ସ୍ସେଶାଲ ଟାସ୍କ ଫୋର୍ସ ଲୁଟେରାକୁ ରାଜଧାନୀରୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ରବି। ଏହି ଘଟଣାରେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।