କେନ୍ଦ୍ରୀୟ ଯୋଜନାକୁ ହଡ୍‌ପ କରୁଛନ୍ତି ରାଜ୍ୟ ସରକାର: ସମୀର ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ୍‌ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ସେ କହିଛନ୍ତି,“ରାଜ୍ୟରେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାର ଗୃହ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି। ନିୟମ ଅନୁସାରେ ଏହା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯିବା କଥା। ହେଲେ ଏହି ଲୋକାର୍ପଣ […]

bjp

bjp

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 08:08 PM IST

Sports

Latest News

samirଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ୍‌ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ସେ କହିଛନ୍ତି,“ରାଜ୍ୟରେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାର ଗୃହ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି। ନିୟମ ଅନୁସାରେ ଏହା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯିବା କଥା। ହେଲେ ଏହି ଲୋକାର୍ପଣ ଉତ୍ସପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନାଁକୁ କାଟି ଦେଇଛନ୍ତି। ନିଜର ସରକାରୀ ଅଧିକାରୀଙ୍କୁ ଲଗାଇ ବ୍ୟାନର ପୋଷ୍ଟର କରିଥିଲେ। ସେଥିରେ ଲେଖାଥିଲା ‘ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୁର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସହରାଞ୍ଚଳରେ ପକ୍କା ଘର ନ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ହିତାଧିକାରୀମାନଙ୍କ ପାଇଁ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ। ରାଜ୍ୟ ସ୍ତରୀୟ ସମାରୋହ ୨୬ ଡିସେମ୍ବର ୨୦୧୬’। ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲାଗିଥିବା ବ୍ୟାନର। ଏଥିରେ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ବାହାବାହା ନେବାକୁ ଉଦ୍ୟମ କରି ଓଡ଼ିଶାବାସୀଙ୍କୁ ପ୍ରତାରଣା କରୁଛନ୍ତି।”

ସମୀର କହିଛନ୍ତି,“ଏହା ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଯୋଜନା। ଏହାକୁ ଚାପି ରଖି ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବାହାବାହା ନେବାକୁ ଏପରି କରିଛନ୍ତି। ଆମେ ଏପରି ଘଟଣାକୁ ନିନ୍ଦା କରୁଛୁ।”

ସେ ଆହୁରି କହିଛନ୍ତି ଏହି ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ୪୦ ପ୍ରତିଶତ ଦେଉଛି। ରଜ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କ ସେୟାର ଘୋଷଣା କରି ନ ଥିବା ବେଳେ କେନ୍ଦ୍ର ଅର୍ଥକୁ ଆବାସ ଯୋଜନା ନାଁରେ ହଡ଼ପ କରିବାକୁ ବସିଛନ୍ତି।

ରାଜ୍ୟ ସରକାର ୧୦ ଲକ୍ଷ ବିଜୁ ପକ୍କା ଘର ଯୋଗାଇଥିବାକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଛି। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ସମୀର କହିଛନ୍ତି। ସେ କହିଛନ୍ତି,“ଏଥିରେ ରାଜ୍ୟ ସରକାର ଦୁଇଟି ମିଛ କହିଛନ୍ତି। ପ୍ରଥମ ହେଲା ୨ ବର୍ଷରେ ୧୦ ଲକ୍ଷ ପକ୍କା ଘର କଥା ଯେଉଁ କହିଛନ୍ତି ସମ୍ପୂର୍ଣ୍ଣ ମିଛ। ୨୦୧୫ରେ ବିଧାନସଭାରେ ଗରିବ ଲୋକଙ୍କୁ ୩ ଲକ୍ଷ ପକ୍କା ଘର ଦିଆଯାଇଛି ବୋଲି କହିଥିଲେ। ଚଳିତ ବିଧାନସଭାରେ ବିଜେପି ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ତଥ୍ୟ ସଂଗ୍ରହ ଚାଲିଛି ବୋଲି ଉତ୍ତର ମିଳିଥିଲା। ଏ ସମ୍ପର୍କରେ ବିଜେପି ଆପତ୍ତି ଉଠାଇବା ପରେ ଜବାବରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତଥ୍ୟ ୱେବସାଇଟ୍‌ରେ ଥିବା କହିଥିଲେ। ୱେବସାଇଟ୍‌ ତଥ୍ୟ ହିସାବରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ନାଁରେ ୨୦୦୧-୨୦୦୨ରୁ ଏପର୍ଯ୍ୟନ୍ତ ୧୫ ବର୍ଷରେ ମୋଟ୍‌ ୧୦ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି। ଦୁଇଟି ତଥ୍ୟର ତାଳମେଳ ରହୁ ନ ଥିବାରୁ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଛ ପରେ ମିଛ କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।”

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ନିଜ ଗାଁ ନୟାଗଡ଼ ଜିଲ୍ଲା ଗଣିଆ ପଞ୍ଚାୟତର ଗୃହ ନିର୍ମାଣ ତଥ୍ୟ ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ବେଲଗାଁ ପଞ୍ଚାୟତରେ ଗରିବା ପରିବାରଙ୍କୁ ୨୦୦୦୬-୦୭ ବର୍ଷରେ ୮୨ଟି ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସେଥିରୁ ୧୯ଟି ବିଜୁ ପକ୍କା ଘର ଓ ୬୩ଟି କେନ୍ଦ୍ରୀୟ ଯୋଜନାରେ ଥିଲା। ଏ ସବୁ ଘର ୨୦୧୪-୧୫ ବର୍ଷରେ ନିର୍ମାଣ ସରିଥିଲା। ସେହିପରି ଅରୁଣ ସାହୁଙ୍କ ନିଜ ଗାଁ ନୟାଗଡ଼ ଜିଲ୍ଲା ଗଣିଆ ପଞ୍ଚାୟତରେ ୨୦୦୧ରୁ ୨୦୧୪-୧୫ ମଧ୍ୟରେ ଗରିବ ଲୋକଙ୍କୁ ୧୫୫ଟି ଘର ଯୋଗାଇ ଦିଆଯାଇଛି। ସେଥିରୁ ୨୧ଟି ବିଜୁ ପକ୍କା ଘର ଓ ୧୩୪ଟି କେନ୍ଦ୍ରୀୟ ଯୋଜନାରେ ରହିଛି। ସେହି ପଞ୍ଚାୟତର ପ୍ରଫୁଲ୍ଲ ନାୟକ ଓ ସୁବାସ ବାରିକଙ୍କୁ ୨୦୦୧-୦୨ ବର୍ଷରେ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଘର ନିର୍ମାଣ କାର୍ଯ୍ୟ ୨୦୧୪-୧୫ ବର୍ଷରେ ସରିଥିଲା। ସରକାରୀ କର୍ମଚାରୀଙ୍କ ଅପାରଗତା ଯୋଗୁଁ ଘର ନିର୍ମାଣ କାର୍ଯ୍ୟ ୫ରୁ ୧୦ ବର୍ଷ ଲାଗି ଯାଉଛି ବୋଳି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ମୂଳ ଉଦ୍ଦେଶ୍ୟ ଠିକ ଅଛି। ନାମକରଣକୁ ନେଇ ବିବାଦ କରିବା ଠିକ ନୁହେଁ। ବିଜେପି ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଲୋକଙ୍କ ପାଇଁ କେତେ କାର୍ଯ୍ୟକ୍ରମ ହେବ ତାକୁ ନେଇ ବ୍ୟସ୍ତ ନ ରହି ରାଜନୈତିକ ଫାଇଦା ନେବାରେ ବ୍ୟସ୍ତ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story