ଦିଅର ସହ ବାଇକ୍ରେ କଟକ ବାହାରିଥିଲେ ଭାଉଜ । କଟକରେ କାମ ସାରି ସନ୍ଧ୍ୟା ବେଳକୁ ଘରକୁ ଫେରି ଆସିଥା’ନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ । ରାସ୍ତାରେ ପିଟିଦେଲା ଟ୍ରକ୍ । ଆଉ ଛଟପଟ ହୋଇ ଚାଲିଗଲା ଭାଉଜଙ୍କ ଜୀବନ । ଆଜି ସକାଳେ କଟକ ଜିଲ୍ଲା ବଡମ୍ବା ଥାନା ପାଞ୍ଚଗାଁ ଛକରେ ଘଟିଛି ଏହି ଦୁର୍ଘଟଣା।ମୃତ ମହିଳା ଜଣଙ୍କ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ନୂଆ ମଙ୍ଗରାଜପୁରର ଉର୍ମିଳା ସାହୁ।
ଉର୍ମିଳା ତାଙ୍କ ଦିଅର କାହ୍ନୁଚରଣ ସାହୁଙ୍କ ସହ ବାଇକ୍ ଯୋଗେ ଗାଁରୁ କଟକ ଅଭିମୁଖେ ବାହାରିଥିଲେ। ପାଞ୍ଚଗାଁ ଛକରେ ଏକ ହାଇୱା ବାଇକ୍ଟିକୁ ପିଟି ଦେଇଥିଲା। ଫଳରେ ଉଭୟ ଦିଅର,ଭାଉଜ ଛିଟିକି ରାସ୍ତା ଉପରେ ପଡ଼ିଥିଲେ। ଘଟଣାସ୍ଥଳରେ ଉର୍ମିଳା ସାହୁଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଦିଅର କାହ୍ନୁଚରଣ ସାହୁ ଗୁରୁତର ଆହତ ହୋଇଛନ୍ତି।
ତିଗିରିଆ ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଡାକ୍ତରଖାନାକୁ ପଠେଇବା ସହ ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

Accident
କାରକୁ ପିଟି ଦେଲା ଟ୍ରକ୍: ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ମୃତ ଡିଏସ୍ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।