୧୦ ଅକ୍ଟୋବର, ମଙ୍ଗଳବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଲାଭଦାୟକ ରହିବ

ମେଷ: ବିବାଦରୁ ଦୂରେଇ ରୁହନ୍ତୁ। କାହାକୁ ଅର୍ଥ ଦିଅନ୍ତୁ ନାହିଁ କି କାହାଠୁ ଅର୍ଥ ଆଣନ୍ତୁ ନାହିଁ। ଖାଇବା-ପିଇବା ପ୍ରତି ଯତ୍ନବାନ ହୁଅନ୍ତୁ। ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। ଅଫିସ୍‌ରେ ବୁଝିବିଚାରି କାମ କରନ୍ତୁ। ବୃଷ: ଦିନଟି ଆପଣଙ୍କୁ ଶୁଭ ଫଳ ଦେବ। ଦିନ ସାରା ସତେଜ ରହିବେ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନ ପ୍ରସ୍ତୁତ କରିବେ। ଆତ୍ମବିଶ୍ୱାସ ବଢ଼ିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ମିଥୁନ: କଥା ଓ […]

zodaic

zodaic

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 06:12 AM IST

Sports

Latest News

ମେଷ: ବିବାଦରୁ ଦୂରେଇ ରୁହନ୍ତୁ। କାହାକୁ ଅର୍ଥ ଦିଅନ୍ତୁ ନାହିଁ କି କାହାଠୁ ଅର୍ଥ ଆଣନ୍ତୁ ନାହିଁ। ଖାଇବା-ପିଇବା ପ୍ରତି ଯତ୍ନବାନ ହୁଅନ୍ତୁ। ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। ଅଫିସ୍‌ରେ ବୁଝିବିଚାରି କାମ କରନ୍ତୁ।

ବୃଷ: ଦିନଟି ଆପଣଙ୍କୁ ଶୁଭ ଫଳ ଦେବ। ଦିନ ସାରା ସତେଜ ରହିବେ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନ ପ୍ରସ୍ତୁତ କରିବେ। ଆତ୍ମବିଶ୍ୱାସ ବଢ଼ିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ମିଥୁନ: କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

କର୍କଟ: ଦିନଟି ଲାଭଦାୟକ ହେବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଧନପ୍ରାପ୍ତି ଯୋଗ ରହିଛି। କୌଣସି ମହିଳାଙ୍କଠାରୁ ଲାଭ ପାଇପାରନ୍ତି। ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ତେଣୁ ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ କରିବେ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ଉଚ୍ଚ ପଦାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ। ବାପାଙ୍କ ଠାରୁ କିଛି ଉପହାର ପାଇପାରନ୍ତି।

କନ୍ୟା: ଦିନଟି ଆନନ୍ଦରେ କଟିବ। ଧନପ୍ରାପ୍ତି ଯୋଗ ଅଛି। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ନୂଆ କାର୍ଯ୍ୟ କରିବା ପାଇଁ ଯୋଜନା ବନାଇ ପାରନ୍ତି।

ତୁଳା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବହୁ ଚେଷ୍ଟା କରିବା ପରେ ମାନସିକ ଶାନ୍ତି ପାଇବେ। ମାନସମ୍ମାନ ପ୍ରାପ୍ତି ହେବ।

ବିଛା: ଆମୋଦ-ପ୍ରମୋଦରେ ଦିନଟି କଟିବ। ଦୈନିକ କାର୍ଯ୍ୟରୁ ମୁକ୍ତ ହୋଇ ନିଜ ପାଇଁ କିଛି ସମୟ ଦିଅନ୍ତୁ। ସାଙ୍ଗମାନଙ୍କ ସହିତ ବାହାରକୁ ବୁଲାବୁଲି କରିବାକୁ ଯୋଜନା କରିପାରନ୍ତି। ସୁସ୍ୱାଦୁ ଭୋଜନ ଖାଆନ୍ତୁ। ବ୍ୟବସାୟରେ ଲାଭ ମିଳିବ।

ଧନୁ: ଦିନଟି ଶୁଭ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ବିରୋଧୀମାନେ ଚାହିଁଲେ ବି କିଛି କ୍ଷତି ଘଟାଇ ପାରିବେ ନାହିଁ। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଧନପ୍ରାପ୍ତି ଯୋଗ ରହିଛି।

ମକର: ଆଜି ମନ ଭଲ ରହିବ ନାହିଁ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବେ ନାହିଁ। ଭାଗ୍ୟ ଆଜି ଆପଣଙ୍କ ସହିତ ନାହିଁ। ଅସୁସ୍ଥ ଅନୁଭବ କରିବେ। ବାଦବିବାଦରେ ପଡ଼ିପାରନ୍ତି।

କୁମ୍ଭ: କାର୍ଯ୍ୟ ବ୍ୟସ୍ତ ରହିବେ। ଟିକେ ଟିକେ କଥାରେ ରାଗି ଯାଇପାରନ୍ତି। ମହିଳାମାନେ ଆଜି କିଣାକିଣି ଉପରେ ଗୁରୁତ୍ୱ ଦେବେ। ଧୈର୍ଯ୍ୟ ରଖନ୍ତୁ, ନହେଲେ ସବୁ କାମ ବିଗିଡ଼ି ଯିବ।

ମୀନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଦିନଟି ବେଶ୍ ଶୁଭ ଅଛି। ସବୁ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ସୃଜନାତ୍ମକ ଦକ୍ଷତା ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos