ମେଷ: ଆଜି କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ସଂକେତ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବ।
ବୃଷ: ହଠାତ୍ ବଡ଼ ସୁଯୋଗ ମିଳିପାରେ। ମାନସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ସମସ୍ତ କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହେବ।
ମିଥୁନ: ଆଜି ଦିନଟି ଭଲରେ କଟିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। କାର୍ଯ୍ୟବ୍ୟସ୍ତ ରହିପାରନ୍ତି।
କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଅଧିକ ପରିଶ୍ରମ କରିପାରନ୍ତି। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।
ସିଂହ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସମ୍ପତ୍ତିକୁ ନେଇ ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ପରିବାର ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ।
କନ୍ୟା: ବ୍ୟବସାୟରେ ଲାଭ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଘରର ଦାୟିତ୍ୱ ନେଇପାରନ୍ତି। ଯାତ୍ରା କରନ୍ତୁ ନାହିଁ।
ତୁଳା: ଅଟକି ଯାଇଥିବା କାମ ଆଜି ସଂପନ୍ନ ହୋଇପାରେ। କୌଣସି ପ୍ରତିଯୋଗିତାରେ ଭାଗ ନେଲେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।
ବିଛା: ପରିବାର ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ଅଫିସ୍ରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବେ। ଘରୁ ବାହାରକୁ ଗଲା ବେଳେ ଚନ୍ଦନ ଲଗାଇ ଯାଆନ୍ତୁ।
ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ଦିନରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି।
ମକର: ଚାକିରି କ୍ଷେତ୍ରରେ ଅସନ୍ତୋଷ ଦେଖାଦେଇପାରେ। ମାନସିକ ସନ୍ତୁଳନ ବିଗିଡ଼ିପାରେ। ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ।
କୁମ୍ଭ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପୂର୍ବରୁ ଥିବା ପାରିବାରିକ ସମସ୍ୟାର ଆଜି ସମାଧାନ ହୋଇପାରେ। ଘରର କୌଣସି କାର୍ଯ୍ୟରେ ଆଜି ଅଧିକ ଅର୍ଥ ବ୍ୟୟ କରିପାରନ୍ତି।
ମୀନ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।