ମେଷ: ଆଜି ଦିନଟି ଭଲରେ କଟିବ। ମାଲିମକଦ୍ଦମାରେ ସଫଳତା ମିଳିବ। ଶୁଭ ଖବର ମିଳିପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
ବୃଷ: ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। କାହା ପାଖରୁ ଧାର ଉଦ୍ଧାର ଆଣନ୍ତୁନାହିଁ। ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ତେଣୁ ଦୂରଯାତ୍ରା କରନ୍ତୁ ନାହିଁ।
ମିଥୁନ: ମାନସମ୍ମାନ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ବ୍ୟାପାରରେ ସଫଳତା ମିଳିବ।
କର୍କଟ: ଜୀବନ ସାଥୀଙ୍କ ସହଯୋଗ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ସିଂହ: ସଂପତ୍ତି କିଣିବାର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି।
କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ଦିନରେ ଶନି ଦେବଙ୍କୁ ପୂଜା କରନ୍ତୁ, ଶୁଭଫଳ ମିଳିବ।
ତୁଳା: ମାନସମ୍ମାନ ବଢିବ। ସଂପତ୍ତି କିଣିବାର ଯୋଜନା ଥିଲେ ଆଜି ହିଁ ଆଗକୁ ବଢନ୍ତୁ। ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।
ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କରିଥିବା ଯୋଜନା ସମ୍ପର୍କରେ କାହାସହ ଆଲୋଚନା କରନ୍ତୁ ନାହିଁ କ୍ଷତିରେ ପଡିପାରନ୍ତି।
ଧନୁ: ଦୂରଯାତ୍ରା କରନ୍ତୁ ନାହିଁ, ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ମକର: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରେମ ସମ୍ପର୍କରେ ସମସ୍ୟା ଦେଖାଦେଇପାରେ।
କୁମ୍ଭ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ। ବନ୍ଧୁ ଓ ପରିଜନଙ୍କଠାରୁ ଉପହାର ମିଳିପାରେ। ଚାକିରି କ୍ଷେତ୍ରରେ ପରବର୍ତ୍ତନ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି।
ମୀନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଯାଇପାରେ। ସମ୍ପତ୍ତିକୁ ନେଇ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।