୧୮ ଫେବୃଆରୀ, ସୋମବାର: ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ

ମେଷ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। ପାରିବାରିକ କଳହ ଦେଖା ଦେଇପାରେ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। ବୃଷ: ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। ମାନ-ସମ୍ମାନ ବୃଦ୍ଧି ପାଇବ। ମିଥୁନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଧାଁଦୌଡ଼ରେ ଦିନଟି କଟିବ। କର୍କଟ: ସନ୍ଧ୍ୟାରେ ଘରକୁ ଫେରି ଆସନ୍ତୁ। ଅଟକି ରହିଥିବା ଅର୍ଥ ଫେରି ପାଇବାର […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3-2-1-1-1-2-1-2-1-1

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3-2-1-1-1-2-1-2-1-1

Tapaswini Nayak
  • Published: Monday, 18 February 2019
  • Updated: 18 February 2019, 08:32 AM IST

Sports

Latest News

ମେଷ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। ପାରିବାରିକ କଳହ ଦେଖା ଦେଇପାରେ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ।

ବୃଷ: ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। ମାନ-ସମ୍ମାନ ବୃଦ୍ଧି ପାଇବ।

ମିଥୁନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଧାଁଦୌଡ଼ରେ ଦିନଟି କଟିବ।

କର୍କଟ: ସନ୍ଧ୍ୟାରେ ଘରକୁ ଫେରି ଆସନ୍ତୁ। ଅଟକି ରହିଥିବା ଅର୍ଥ ଫେରି ପାଇବାର ଯୋଗ ରହିଛି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

ସିଂହ: ବ୍ୟବସାୟରେ ସଫଳତା ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ମିଳିବ।

କନ୍ୟା: ଦିନଟି ଭଲରେ କଟିବ। ବାପାଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ଜମି କିଣି ପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ବନ୍ଧୁଙ୍କ ସହ ମତାନ୍ତର ଥିଲେ, ତାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ।

ବିଚ୍ଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସାହିତ୍ୟ ଓ କଳା ପ୍ରତି ରୁଚି ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ଧନୁ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ।

ମକର: ଜରୁରୀ କାମ ଠିକ୍ ସମୟରେ କରନ୍ତୁ। କୌଣସି ନିଷ୍ପତ୍ତି ନେବା ବେଳେ ବାପା କିମ୍ବା ଅନ୍ୟ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରନ୍ତୁ।

କୁମ୍ଭ: ମାଲିମକଦ୍ଦମାରେ ବିଜୟୀ ହେବେ। ଖୁସି ଖବର ଶୁଣିପାରନ୍ତି। ପରିବାର ସଦସ୍ୟଙ୍କ ପାଇଁ ନୂଆ ପୋଷାକ କିଣିପାରନ୍ତି।

ମୀନ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ନୂଆ ଗାଡ଼ି କିଣି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos