୧୮ ଅକ୍ଟୋବର, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକେ ବାହାରକୁ ଯିବା ବେଳେ ସାବଧାନ ରହିବେ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି। ଆଜିର ଦିନରେ ହନୁମାନଙ୍କ ପୂଜା କରନ୍ତୁ।

ବୃଷ: ଆଜି ଦିନଟି ଭଲରେ କଟିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ସନ୍ତାନ ସନ୍ତତି ନେଇ ଥିବା ଚିନ୍ତା ଦୂର ହେବ।

ମିଥୁନ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି ଦିନରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ନିଜ ପାଇଁ କିଛି କିଣାକିଣି କରିପାରନ୍ତି। ପରିବାର ସଦସ୍ୟଙ୍କ ସହ ଦିନଟି ଭଲରେ କଟିବ।

ସିଂହ: ଆଳସ୍ୟରେ ଦିନଟି କଟିବ। ବୁଝିବିଚାରି କାର୍ଯ୍ୟ କରନ୍ତୁ। ଦ୍ୱନ୍ଦ୍ୱ ଉପୁଜିଲେ କାହାରି ପରାମର୍ଶ ନିଅନ୍ତୁ। ସନ୍ତାନଙ୍କ ସହ ଅଧିକ ସମୟ ବିତାଇବେ।

କନ୍ୟା: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତିର ସୁଧାର ଆସିବ। ମାନସମ୍ମାନ ବଢ଼ିବ। ଦାୟିତ୍ୱ ନେଇପାରନ୍ତି। ଉପହାର ମିଳିପାରେ।

ତୁଳା: ନିଜ କଥା ଉପରେ ନିୟନ୍ତ୍ରଣ କରନ୍ତୁ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ, ଅଘଟଣ ଘଟିପାରେ।

ବିଚ୍ଛା: ପୁରୁଣା ସମସ୍ୟା ଥିଲେ ଆଜି ଦୂର ହୋଇପାରେ। ଘର ପାଇଁ କୌଣସି ଜିନିଷ କିଣିପାରନ୍ତି। କାହା ସହିତ କଳି ଝଗଡ଼ା କରନ୍ତୁ ନାହିଁ।

ଧନୁ: କ୍ୟାରିୟରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ସନ୍ତାନ ସନ୍ତତିଙ୍କ ଉନ୍ନତି ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲରେ କଟିବ।

ମକର: ଅଟକି ଥିବା କାମ ଆଜି ପୂରା ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଦେଖିଚାହିଁ ବ୍ୟବସାୟ କରନ୍ତୁ। ଠକାମୀରେ ପଡ଼ିପାରନ୍ତି।

କୁମ୍ଭ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି କଥା ନେଇ ଅଶାନ୍ତି ଲାଗି ରହିବ। ଧାର୍ମିକ କର୍ମରେ ଯୋଗ ଦେଇପାରନ୍ତି।

ମୀନ: ଆଜି ଦିନଟି ଭଲରେ କଟିବ। ବନ୍ଧୁବାନ୍ଧାବଙ୍କ ବିବାହରେ ଯୋଗ ଦେଇପାରନ୍ତି। ବ୍ୟବସାୟରେ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।