୧୯ ଫେବୃଆରୀ, ମଙ୍ଗଳବାର: କାହାକୁ ଋଣ ଦିଅନ୍ତୁ ନାହିଁ

ମେଷ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ। କାହାକୁ ଋଣ ଦିଅନ୍ତୁ ନାହିଁ। ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହିତ ସମୟ ବିତାଇବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ମିଥୁନ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ପଦୋନ୍ନତିର ଯୋଗ ରହିଛି। କର୍କଟ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ପରିବାର ସଦସ୍ୟଙ୍କ ସହ […]

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3-2-1-1-1-2-1-2-1-1

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-4-1-2-2-3-2-1-1-1-2-1-2-1-1

Tapaswini Nayak
  • Published: Tuesday, 19 February 2019
  • Updated: 19 February 2019, 07:40 AM IST

Sports

Latest News

ମେଷ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ। କାହାକୁ ଋଣ ଦିଅନ୍ତୁ ନାହିଁ।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହିତ ସମୟ ବିତାଇବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

ମିଥୁନ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ପଦୋନ୍ନତିର ଯୋଗ ରହିଛି।

କର୍କଟ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ସିଂହ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ମଧ୍ୟାହ୍ଣ ପରେ ଶୁଭ ଖବର ମିଳିବ।

କନ୍ୟା: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ ବସ୍ତ୍ର କିଣିପାରନ୍ତି। ଆଜି ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ସହକର୍ମୀଙ୍କ ସହଯୋଗ ପାଇବେ।

ବିଚ୍ଛା: ଦିନଟି ଭଲରେ କଟିବ। ଶରୀର ଫୂର୍ତ୍ତି ରହିବ। ଜଳାଶୟଠାରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମକର: ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ। ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବେ।

କୁମ୍ଭ: ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

ମୀନ:  ମନୋରଞ୍ଜନ ସ୍ଥାନକୁ ବୁଲି ଯାଇପାରନ୍ତି। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।  ଆତ୍ମବିଶ୍ୱାସ ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos