୧୯ ଜାନୁଆରୀ, ଶନିବାର: କାଉକୁ ରୁଟି ଖାଇବାକୁ ଦିଅନ୍ତୁ

ମେଷ: ମନରେ ଦ୍ୱନ୍ଦ୍ୱ ରହିବ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଯାତ୍ରା କରିପାରନ୍ତି।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ, କାରଣ ସଫଳତା ମିଳିବ ନାହିଁ।

ମିଥୁନ: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ଆନନ୍ଦରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କାଉକୁ ରୁଟି ଦିଅନ୍ତୁ।

କର୍କଟ: ଆୟଠାରୁ ବ୍ୟୟ ଅଧିକ ହେବ। ଚାକିରି କ୍ଷେତ୍ରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖା ଦେଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆଜି ଦିନରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କଲେ ଶୁଭଫଳ ମିଳିବ। ପିଲାମାନେ ଖେଳକୁଦରେ ମନ ବଳାଇବେ।

କନ୍ୟା: ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଗଣେଶଙ୍କୁ ପୂଜା କରନ୍ତୁ। ଯାତ୍ରା କରନ୍ତୁ ନାହିଁ।

ତୁଳା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ପିଲାମାନେ ପଢ଼ାରେ ଭଲ ପ୍ରଦର୍ଶନ କରିବେ। ଗହଣା କିଣିପାରନ୍ତି।

ବିଚ୍ଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

ଧନୁ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଚାକିରିକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। କୌଣସି ଖୁସି ଖବର ଶୁଣିପାରନ୍ତି।

ମକର: ମାଲିମକଦ୍ଦମାରେ ବିଜୟୀ ହେବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତି। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ।

ମୀନ: ଜୀବନସାଥିଙ୍କ ସହଯୋଗ ମିଳିବ। ଉପହାର ମିଳିପାରେ। ଉତ୍ତମ ଭୋଜନ କରିବେ।