୨ ଫେବୃଆରୀ, ଶନିବାର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ବୃଷ: କାର୍ଯ୍ୟରେ ସଫଳତା ମିଳିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ହାଲିଆ ଲାଗିବ।

ମିଥୁନ: ମାନ-ସମ୍ମାନ ମିଳିବ। ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ନୂଆ ପୋଷାକ କିଣିପାରନ୍ତି।

କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ଗହଣା କିଣିପାରନ୍ତି।

କନ୍ୟା: ଆୟଠାରୁ ବ୍ୟୟ ଅଧିକ ହେବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ତୁଳା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆତ୍ମବିଶ୍ୱାସ ବଢ଼ିବ। ପିତାମାତାଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଚ୍ଛା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦୋନ୍ନତିର ଯୋଗ ରହିଛି। ସହକର୍ମୀଙ୍କ ସହଯୋଗ ମିଳିବ।

ଧନୁ: ଧନ ପ୍ରାପ୍ତି ଯୋଗ ରହିଛି। ସ୍ୱାଦିଷ୍ଟ ଭୋଜନ କରିପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ।

ମକର: ମୁଣ୍ଡରେ ଯନ୍ତ୍ରଣା ହୋଇପାରେ। କୌଣସି କଥାକୁ ନେଇ ସାଙ୍ଗମାନଙ୍କ ସହ ଯୁକ୍ତିତର୍କ ହୋଇପାରେ। ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ।

କୁମ୍ଭ: ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆତ୍ମବିଶ୍ୱାସ ବଢ଼ିବ।

ମୀନ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ବିଦାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ଯାତ୍ରା କରନ୍ତୁ ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।