୨୩ ସେପ୍ଟେମ୍ବର, ଶନିବାର: ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତିମାନେ ଅଧିକ ଖର୍ଚ୍ଚାନ୍ତ ହେବେ

ମେଷ: ସମାଜରେ ମାନସମ୍ମାନ ବଢ଼ିବ। ପରିବାରରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି।

ବୃଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଖରାପ ବ୍ୟବହାର କରନ୍ତୁ ନାହିଁ। କାହା ସହିତ ଭୁଲ୍ ବୁଝାମଣା ହୋଇପାରେ। ମନୋରଞ୍ଜନରେ ଅଧିକ ଖର୍ଚ୍ଚ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପୁରୁଣା ବିବାଦକୁ ଆଉ ଉଠାନ୍ତୁ ନାହିଁ।

ମିଥୁନ: ଆଜି ଦିନଟି ଶୁଭ ଫଳ ପ୍ରଦାନ କରିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ପତ୍ନୀଙ୍କ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ବିବାହ ପ୍ରସ୍ତାବ ଆସିପାରେ।

କର୍କଟ: ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଛାତିରେ ଯନ୍ତ୍ରଣା ହୋଇପାରେ। ଆଖିରେ ସମସ୍ୟା ଦେଖାଯାଇପାରେ। ଅଯଥା କଥାକୁ ନେଇ ଚିନ୍ତିତ ରହିବେ। ପରିବାରର କୌଣସି ସଦସ୍ୟଙ୍କ ସହ ବିବାଦ ଦେଖାଯିବ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ପଡ଼ୋଶୀ ଓ ଆଖପାଖ ଲୋକଙ୍କ ସହ ସଂପର୍କ ଭଲ ରହିବ। ନିର୍ଦ୍ଧାରିତ କାର୍ଯ୍ୟ ସଂପୂର୍ଣ୍ଣ ହେବ। ମାନସମ୍ମାନ ମିଳିବ। ପ୍ରେମ ବ୍ୟାପାରରେ ସତର୍କ ରୁହନ୍ତୁ।

କନ୍ୟା: ଦ୍ୱନ୍ଦ୍ୱରେ ରହିବେ। ନକାରାତ୍ମକ ଚିନ୍ତା ମନକୁ ଅସ୍ଥିର କରି ରଖିବ। ପରିବାରରେ ମତଭେଦ ଦେଖାଯିବ। ଅଯଥା ଜିନିଷରେ ଖର୍ଚ୍ଚ କରିବେ।

ତୁଳା: ଦିନଟି ଆପଣଙ୍କ ପାଇଁ ଭଲ ଅଛି। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ନୂଆ ପୋଷାକପତ୍ର କିଣିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ବିଛା: ବିଦେଶରେ ରହୁଥିବା ବନ୍ଧୁଙ୍କଠାରୁ ଖୁଭ ସମାଚାର ପାଇବେ। କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବାଦବିବାଦରୁ ଦୂରେଇ ରୁହନ୍ତୁ।

ଧନୁ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଯାତ୍ରା ସଫଳ ହେବ। ବକେୟା ଅର୍ଥ ଫେରି ପାଇବେ। ବ୍ୟବସାୟରେ ଭଲ ଲାଭ ମିଳିବ।

ମକର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜି ଦିନଟି ଶୁଭଫଳ ପ୍ରଦାନ କରିବ। ଚାକିରିଆଙ୍କ ପାଇଁ ବି ଦିନଟି ଭଲ ରହିଛି। ଆଜି ଅଫିସ୍‌ରୁ କିଛି ଶୁଭ ସମାଚାର ପାଇପାରନ୍ତି। ପରିବାର ଲୋକଙ୍କ ସହ ଆନନ୍ଦରେ ଦିନଟି ଅତିବାହିତ କରିବେ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। କାମ କରିବାକୁ ଉତ୍ସାହ ରହିବ ନାହିଁ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ।

ମୀନ: ବିରୋଧୀମାନେ ସକ୍ରିୟ ରହିବେ। ତେଣୁ ସତର୍କ ରୁହନ୍ତୁ। ଧନଲାଭ ଯୋଗ ରହିଛି। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅଧିକ ଖର୍ଚ୍ଚ ବି ହୋଇପାରେ।