୨୩ ଅଗଷ୍ଟ, ଗୁରୁବାର: ଆଜି ଏହି ରାଶିର ଲୋକେ ଅପମାନିତ ହୋଇପାରନ୍ତି

ମେଷ:  କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ ଭଲ ଲାଭ ମିଳିବ। ବ୍ୟସ୍ତତା ଭିତରେ ଦିନ କଟିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ।

ବୃଷ: ଅସୁସ୍ଥ ଅନୁଭବ କରିବେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଖୁସିରେ ଦିନଟି କଟିବ। ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶା ମୁତାବକ ଲାଭ ପାଇବେ। ମାନସମ୍ମାନ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ।

ସିଂହ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ମଧ୍ୟାହ୍ନ ସମୟରେ ଅଳସୁଆ ଅନୁଭବ କରିବେ।

କନ୍ୟା: ଖର୍ଚ୍ଚ ବଢ଼ିବ।  ଅସୁସ୍ଥ ଅନୁଭବ କରିବେ। ଅପମାନ ପାଇପାରନ୍ତି, ତେଣୁ କାହାକୁ କିଛି କହିଲା ବେଳେ ସତର୍କ ରୁହନ୍ତୁ।

ତୁଳା: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।  ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ମାନ-ସମ୍ମାନ ମିଳିବ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଚ୍ଛା: କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ।

ଧନୁ: ଚାକିରିରେ ପଦୋନ୍ନତି ମିଳିପାରେ। ବନ୍ଧୁଙ୍କ ସହଯୋଗ ମିଳିବ।  ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: କଥା ଉପରେ ସଂଯମତା ରକ୍ଷା କରନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

କୁମ୍ଭ: ଦିନଟି ଭଲରେ କଟିବ। ବିବାହ ସ୍ଥିର ହୋଇପାରେ। ନୂତନ ଯାନବାହନ କିଣିପାରନ୍ତି।

ମୀନ: ଦିନଟି ଭଲରେ କଟିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।