ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଖାଦ୍ୟପେୟ ଉପରେ ନଜର ରଖନ୍ତୁ।
ବୃଷ: ବ୍ୟବସାୟରେ ଲାଭ ମିଳିବ। ନୂତନ ପୋଷାକ କିଣି ପାରନ୍ତି। ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ।
ମିଥୁନ: ପରିବାରରେ ହସଖୁସିର ବାତାବରଣ ରହିବ। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।
କର୍କଟ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପଦୋନ୍ନତିର ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ।
ସିଂହ: ଶରୀର ଫୂର୍ତ୍ତି ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
କନ୍ୟା: ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଅଯଥା ଯୁକ୍ତି କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ। ଅସୁସ୍ଥ ଅନୁଭବ କରିପାରନ୍ତି।
ତୁଳା: ଧନପ୍ରାପ୍ତି ଯୋଗ ରହିଛି। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।
ବିଚ୍ଛା: ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ମାନ-ସମ୍ମାନ ମିଳିବ। ଦୁର୍ଘଟଣା ଯୋଗ ରହିଛି। ତେଣୁ ସତର୍କ ରୁହନ୍ତୁ।
ଧନୁ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। କୌଣସି କଥାକୁ ନେଇ ଚିନ୍ତିତ ରହିବେ।
ମକର: କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ନିବେଶରୁ ଲାଭ ପାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।
କୁମ୍ଭ: ଦିନଟି ଭଲରେ କଟିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ନରେ କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି।
ମୀନ: ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ଆତ୍ମବିଶ୍ୱାସ ବଢ଼ିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।