୨୫ ସେପ୍ଟେମ୍ବର, ସୋମବାର: ଜାଣନ୍ତୁ ବାଧାବିଘ୍ନ ସତ୍ତ୍ୱେ କେଉଁ ରାଶିର ବ୍ୟକ୍ତିମାନେ ସଫଳତା ପାଇବେ

ମେଷ: ଶରୀରରେ ଆଘାତ ଲାଗି ପାରେ। ବାଦବିବାଦରୁ ସମ୍ମାନହାନି ହୋଇପାରେ। ମାଲିମକଦମାରେ ଶୁଭ ଫଳ ପାଇବେ। ବ୍ୟବସାୟରେ ଆଶା ଅନୁଯାୟୀ ଲାଭ ମିଳିବ ନାହିଁ। ବୃଷ: ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ: ଅଟକି ଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଯଶପ୍ରାପ୍ତି ହେବ। ଅଫିସ୍‌ରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ଶତ୍ରୁ ପରାଜିତ ହେବେ, ତେବେ ଆପଣ ସାବଧାନ ରୁହନ୍ତୁ। କର୍କଟ: ଦିନର ପ୍ରାରମ୍ଭରୁ […]

zodaicsigns

zodaicsigns

Rakesh Mallick
  • Published: Monday, 25 September 2017
  • Updated: 25 September 2017, 06:08 AM IST

Sports

Latest News

ମେଷ: ଶରୀରରେ ଆଘାତ ଲାଗି ପାରେ। ବାଦବିବାଦରୁ ସମ୍ମାନହାନି ହୋଇପାରେ। ମାଲିମକଦମାରେ ଶୁଭ ଫଳ ପାଇବେ। ବ୍ୟବସାୟରେ ଆଶା ଅନୁଯାୟୀ ଲାଭ ମିଳିବ ନାହିଁ।

ବୃଷ: ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ଅଟକି ଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଯଶପ୍ରାପ୍ତି ହେବ। ଅଫିସ୍‌ରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ଶତ୍ରୁ ପରାଜିତ ହେବେ, ତେବେ ଆପଣ ସାବଧାନ ରୁହନ୍ତୁ।

କର୍କଟ: ଦିନର ପ୍ରାରମ୍ଭରୁ କୌଣସି କଥାକୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟର ଚାପ ଅଧିକ ରହିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଆଜି ଦିନଟି ଭଲ ନାହିଁ।

ସିଂହ: ନକାରାତ୍ମକ ଚିନ୍ତାରେ ବୁଡ଼ି ରହିବେ। ଏହା ଆପଣଙ୍କୁ ହତାଶ କରି ଦେବ। ଉଭୟ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଅନୁଭବ କରିବେ। ବାପାମା’ଙ୍କ ସହ ମତଭେଦ ହୋଇପାରେ।

କନ୍ୟା: ଯାତ୍ରା ସଫଳ ହେବ। ପରିଶ୍ରମର ଫଳ ମିଳିବ। ସବୁ ବାଧାବିଘ୍ନ ଦୂର ହେବ। ଧନପ୍ରାପ୍ତିର ବାଟ ଫିଟିବ। ମାନସମ୍ମାନ ମିଳିବ। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଥକି ଯିବେ।

ତୁଳା: ସଂଯମ ଆଚରଣ କରନ୍ତୁ। ଜିଦ୍‌ଖୋର ମନୋଭାବ ଛାଡ଼ନ୍ତୁ। ଆଜି ଆପଣଙ୍କ ଅନିୟନ୍ତ୍ରିତ କଥା ବହୁତ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଅବ୍ୟବସ୍ଥିତ ଭାବେ ଦିନଟି କଟିପାରେ।

ବିଛା: ଦିନଟା ସାରା ଆପଣଙ୍କ ମନ ଭଲ ରହିବ। ପରିବାରର ସଦସ୍ୟଙ୍କ ସହିତ ବୁଲାବୁଲି କରିବାକୁ ଯିବେ। ଅପ୍ରାତ୍ୟାଶିତ ଭାବେ କୌଣସି ସୂତ୍ରରୁ ଲାଭବାନ ହୋଇପାରନ୍ତି।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ରହିପାରେ। ସ୍ୱାସ୍ଥ୍ୟ ଖରାପ ରହିବ। ଘରେ କଳିଝଗଡ଼ା ହୋଇପାରେ। ଧନହାନି ଯୋଗ ରହିଛି। ତେଣୁ ବୁଝିବିଚାରି ଖର୍ଚ୍ଚ କରନ୍ତୁ।

ମକର: ଅଟକି ଥିବା ଧନ ପାଇବେ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଚାପଗ୍ରସ୍ତ ହେବେ। ଶାରୀରିକ କଷ୍ଟ ଅନୁଭବ କରିବେ।

କୁମ୍ଭ: ବାଧାବିଘ୍ନ ସତ୍ତ୍ୱେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବ। ତେଣୁ ଖୁସି ହେବେ। ଅଫିସ୍‌ରେ ସ୍ଥିତି ଆପଣଙ୍କ ସହିତ ରହିବ। ଚାକିରି ଅବା ବ୍ୟବସାୟ ନେଇ ନୂଆ ଯୋଜନା କରିପାରନ୍ତି।

ମୀନ: ପରିବାର ଲୋକଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। କାହାକୁ ବୁଝିବିଚାରି ଋଣ ଦିଅନ୍ତୁ। ପୂଜାପାଠରେ ମନ ଦେବେ। ନକାରାତ୍ମକ ଭାବନାକୁ ମନରୁ ଦୂରେଇ ରଖିବାକୁ ପ୍ରୟାସ କରନ୍ତୁ। ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଭଲ ରହିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos