୨୭ ସେପ୍ଟେମ୍ବର, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କୁ ମିଳିବ ମାନସମ୍ମାନ

ମେଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ମାଆବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ପାରିବାରିକ ବାଦବିବାଦ ବଢିପାରେ। ଖର୍ଚ୍ଚ ବଢ଼ିବ। ଦେଖିଚାହିଁ କାମ ହାତକୁ ନିଅନ୍ତୁ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ଧନ, ସମ୍ମାନ ଓ ଉପହାର ପାଇବାର ଯୋଗ ରହିଛି। ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ପାଇଁ ବାହାଘର ସ୍ଥିର ହୋଇପାରେ। ଘର ଲୋକଙ୍କ ସହ ସମ୍ପର୍କ ଉପରେ ଧ୍ୟାନ ଦିଅନ୍ତୁ।

କର୍କଟ: ନୂଆ କାମ ହାତକୁ ନେବେ। ଦିନଟି ଧାଁ ଦୌଡ଼ରେ କଟିବ। ମାନସିକ ସ୍ଥିତି ଭଲ ରହିବ ନାହିଁ। ଅନାବଶ୍ୟକ କଥାକୁ ନେଇ ଚିନ୍ତିତ ରହିବେ।

ସିଂହ: ଅପରାହ୍ନରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ସମସ୍ୟାରେ ସମାଧାନ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ମାନସମ୍ମାନ ମିଳିବ।

କନ୍ୟା: କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ସମ୍ପର୍କରେ ସାବଧାନତା ଅବଲମ୍ବନ କରନ୍ତୁ। ଅଳ୍ପ ବାସ୍ନା ଯୁକ୍ତ ଅତର ଲଗାଇ ବାହାରକୁ ଯାଆନ୍ତୁ।

ତୁଳା: ଦୂର ଯାତ୍ରାର ଯୋଗ ରହିଛି। କାମରେ ବ୍ୟସ୍ତ ରହିବେ। ବ୍ୟବସାୟ ବୃଦ୍ଧିର ଯୋଗ ରହିଛି।

ବିଚ୍ଛା: କାମରେ ସାବଧାନତା ଅବଲମ୍ବନ କରନ୍ତୁ। ବଡ଼ଲୋକଙ୍କ ପରାମର୍ଶ ନିଅନ୍ତୁ, ସଫଳତା ମିଳିବ। କୌଣସି କାମ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ।

ଧନୁ: ଅଟକି ରହିଥିବା କମ ହୋଇଯିବ। କର୍ମ ବ୍ୟସ୍ତତା ଲାଗି ରହିବ। ନିଜ ଦାୟିତ୍ୱ ଠିକ୍‌ରେ ପାଳନ କରନ୍ତୁ।

ମକର: ମାନସିକ ସ୍ଥିତି ଭଲ ରହିବ ନାହିଁ। ପିଲାଙ୍କ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ମହାଦେବଙ୍କ ପୂଜା କରନ୍ତୁ, ସମସ୍ୟା ଦୂର ହେବ।

କୁମ୍ଭ: ପାରିବାରିକ ବାଦବିବାଦରୁ ଦୂରେଇ ରୁହନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରନ୍ତୁ।

ମୀନ: ପିଲାମାନଙ୍କ ପାଠପଢାରେ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ। ଜମିଜମା କ୍ଷେତ୍ରରେ ଲାଭ ପାଇବେ।