୭ ଅକ୍ଟୋବର, ଶନିବାର: ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ରାଶି, କେମିତି କଟିବ ପୂରା ଦିନ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ପ୍ରସନ୍ନ ରହିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବୃଷ: ଅଯଥାରେ ଖର୍ଚ୍ଚାନ୍ତ ହେବେ। ଚିନ୍ତିତ ରହିବେ। ବିବାଦରେ ପଡ଼ିପାରନ୍ତି। କୌଣସି କାର୍ଯ୍ୟ ପୂରା ହେଉ ହେଉ ଅଟକି ଯିବ। ମିଥୁନ: ବକେୟା ଅର୍ଥ ଫେରି ପାଇବେ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଧନପ୍ରାପ୍ତି ଯୋଗ ରହିଛି। ବିରୋଧୀ ବାଧା ଉପୁଜାଇ ପାରନ୍ତି। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। କର୍କଟ: ଆୟ […]

zodaic

zodaic

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 07:50 AM IST

Sports

Latest News

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ପ୍ରସନ୍ନ ରହିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ।

ବୃଷ: ଅଯଥାରେ ଖର୍ଚ୍ଚାନ୍ତ ହେବେ। ଚିନ୍ତିତ ରହିବେ। ବିବାଦରେ ପଡ଼ିପାରନ୍ତି। କୌଣସି କାର୍ଯ୍ୟ ପୂରା ହେଉ ହେଉ ଅଟକି ଯିବ।

ମିଥୁନ: ବକେୟା ଅର୍ଥ ଫେରି ପାଇବେ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଧନପ୍ରାପ୍ତି ଯୋଗ ରହିଛି। ବିରୋଧୀ ବାଧା ଉପୁଜାଇ ପାରନ୍ତି। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ।

କର୍କଟ: ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିପାରନ୍ତି। କର୍ମସ୍ଥାନରେ କାର୍ଯ୍ୟପ୍ରଣାଳୀ ବଦଳାଇବେ। ପରିବାରରେ କାହା ସହ ଝଗଡ଼ା ହୋଇପାରେ।

ସିଂହ: ଧର୍ମ-କର୍ମ ପ୍ରତି ରୁଚି ବଢ଼ିବ। ମାଲିମକଦମାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଘରକୁ ବନ୍ଧୁବାନ୍ଧବ ଆସିପାରନ୍ତି।

କନ୍ୟା: ରାସ୍ତାରେ ଯିବାଆସିବା ବେଳେ ସାବଧାନ ରୁହନ୍ତୁ। ଆଶା କରିଥିବା କାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇନପାରେ। କିଛି ବସ୍ତୁ ଚୋରି ହୋଇପାରେ। ବିବାଦରୁ ଦୂରେଇ ରୁହନ୍ତୁ। ଧୈର୍ଯ୍ୟ ଧରନ୍ତୁ। ଅଫିସ୍‌ ଅବା କର୍ମସଂସ୍ଥାନରେ ସହକର୍ମୀ ତଥା ଉଚ୍ଚପଦାଧିକାରୀଙ୍କ ସହ ସୁସଂପର୍କ ରଖିବାକୁ ପ୍ରୟାସ କରନ୍ତୁ।

ତୁଳା: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଶରୀରରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଶୁଭ ସମାଚାର ମିଳିପାରେ।

ବିଛା: ଆଜି କିଛି ଦାମୀ ଜିନିଷ କିଣିପାରନ୍ତି। ଆୟ ବଢ଼ିବ। ପୂର୍ବରୁ କରିଥିବା ପରିଶ୍ରମର ସୁଫଳ ପାଇବେ। ସୁସ୍ୱାଦୁ ଭୋଜନ କରିବେ। ସ୍ୱାସ୍ଥ୍ୟ ପ୍ରତି ଟିକେ ସାବଧାନ ରୁହନ୍ତୁ।

ଧନୁ: ଅସୁସ୍ଥ ଅନୁଭବ କରିପାରନ୍ତି। ପରିବାର ସହ ସମୟ ବିତାଇବାକୁ ପସନ୍ଦ କରିବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ଅଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ପୁରୁଣା ରୋଗ ଆଜି ପୁଣି କଷ୍ଟ ଦେଇପାରେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ବିଦେଶରୁ କିଛି ଅଶୁଭ ସମାଚାର ପାଇପାରନ୍ତି। ବିବାଦରେ ପଡ଼ନ୍ତୁ ନାହିଁ।

କୁମ୍ଭ: ଆଶା କରିଥିବା କାର୍ଯ୍ୟରେ ସଫଳ ହେବେ। ଧନପ୍ରାପ୍ତିର ସୁଯୋଗ ରହିଛି। ବିରୋଧୀ ଦବି ରହିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ: ସମାଜରେ ମାନପ୍ରତିଷ୍ଠା ବଢ଼ିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଖୁସିରେ ଅଧିକ ଖର୍ଚ୍ଚ କରିବେ। ପ୍ରେମିକ, ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos