ମେଷ: ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନ-ସମ୍ମାନ ବୃଦ୍ଧି ହେବ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।
ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ନେଣଦେଣ କରନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ।
ମିଥୁନ: ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ।
କର୍କଟ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ।
ସିଂହ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଟକି ରହିଥିବା ଅର୍ଥ ଫେରି ପାଇବାର ଯୋଗ ରହିଛି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
କନ୍ୟା: ବ୍ୟବସାୟରେ ଆଶା ମୁତାବକ ସଫଳତା ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ମିଳିବ।
ତୁଳା: ଜମି କିଣି ପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ।
ବିଚ୍ଛା: ପ୍ରେମ ବ୍ୟପାରରେ ସଫଳତା ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ଆଜି ଅଧିକ ପରିଶ୍ରମ କରିପାରନ୍ତି। ଆୟଠାରୁ ବ୍ୟୟ ଅଧିକ ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
ମକର: ଜୀବନସାଥୀଙ୍କ ସହଯୋଗ ମିଳିବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଆତ୍ମବିଶ୍ୱାସ ବଢ଼ିବ।
କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ। କୌଣସି କଥାକୁ ନେଇ ପଡ଼ୋଶୀଙ୍କ ସହ ଝଗଡ଼ା ହୋଇପାରେ।
ମୀନ: ଆଇନଗତ ମାମଲାରେ ବିଜୟୀ ହେବେ। ଘରକୁ ଅତିଥି ଆସିପାରନ୍ତି। ମନ ଫୂର୍ତ୍ତି ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।