୧୪ ଜୁଲାଇ, ରବିବାର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ମାନ-ସମ୍ମାନ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଘରେ ହସଖୁସିର ପରିବେଶ ରହିବ।

ମିଥୁନ: ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ। ଛାତିରେ ଯନ୍ତ୍ରଣା ଅନୁଭବ କରିବେ। ଅପରାହ୍ଣ ପରେ ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

କର୍କଟ: ଦିନଟି ଭଲରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ।

ସିଂହ: ନକାରାତ୍ମକ ଚିନ୍ତାଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଧ୍ୟାନ ଦେବେ ନାହିଁ।

କନ୍ୟା: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ସାଙ୍ଗସାଥୀଙ୍କ ସହ ଆଜି ଦିନଟି କଟିବ।

ତୁଳା: ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ବିଛା: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆୟ ବଢ଼ିବ।

ଧନୁ: ଯାନବାହନ ଚଲାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମନ ବିଚଳିତ ରହିବ।

ମକର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ଧନପ୍ରାପ୍ତି ଯୋଗ ରହିଛି। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଖର୍ଚ୍ଚ ବଢ଼ିବ।

ମୀନ: ଅସୁସ୍ଥ ଅନୁଭବ କରିବେ। କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।