୧୭ ଜୁନ୍‌, ସୋମବାର: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ

ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ଖର୍ଚ୍ଚ ବଢ଼ିବ।

ବୃଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଦିନଟି ଭଲରେ କଟିବ। ଘରକୁ ଅତିଥି ଆସି ପାରନ୍ତି। ପରିଶ୍ରମର ଫଳ ମିଳିବ।

କର୍କଟ: ଧନପ୍ରାପ୍ତି ଯୋଗ ରହିଛି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଋଣ ଦିଅନ୍ତୁ ନାହିଁ।

ସିଂହ: ମାନ-ସମ୍ମାନ ମିଳିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

କନ୍ୟା: ଆଧ୍ୟାତ୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ। ବୁଝି-ବିଚାରି ନିଷ୍ପତ୍ତି ନିଅନ୍ତୁ।

ତୁଳା: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମନ ଖୁସି ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

ବିଚ୍ଛା: ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟରେ ଲାଭ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ଧନୁ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ସମୟ ବିତାଇବେ।

ମକର: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ମୀନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଘରେ ସୁଖ ଶାନ୍ତିର ପରିବେଶ ରହିବ। ଆର୍ଥିକ ସ୍ଥିତି ଭଲ ରହିବ।