୨୧ ଜୁଲାଇ, ରବିବାର: ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ମେଷ:  ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ବୃଷ:  ଦିନଟି ଭଲରେ କଟିବ। ସହକର୍ମୀଙ୍କ ସହଯୋଗ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ମିଥୁନ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଖର୍ଚ୍ଚ ବଢ଼ିବ। ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। ଭାଗ୍ୟ ବୃଦ୍ଧି ହେବ। ଗୁରୁଜନଙ୍କ […]

astro

astro

Jyoshna Pradhan
  • Published: Sunday, 21 July 2019
  • Updated: 21 July 2019, 07:12 AM IST

Sports

Latest News

ମେଷ:  ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।

ବୃଷ:  ଦିନଟି ଭଲରେ କଟିବ। ସହକର୍ମୀଙ୍କ ସହଯୋଗ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମିଥୁନ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଖର୍ଚ୍ଚ ବଢ଼ିବ।

ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। ଭାଗ୍ୟ ବୃଦ୍ଧି ହେବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

କନ୍ୟା: ପରିବାରରେ ହସଖୁସିର ପରିବେଶ ରହିବ। ମିଠା କଥା କହି ଲୋକଙ୍କ ମନ ଜିତିବେ। ମଧ୍ୟାହ୍ଣ ପରେ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

ତୁଳା:  ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। ନୂତନ ବସ୍ତ୍ର କିଣିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ବିଚ୍ଛା:  ଚିନ୍ତିତ ରହିବେ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ଧନୁ:  ଆୟ ବୃଦ୍ଧି ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

ମକର: ଅଧିକ ପରିଶ୍ରମ କରିବେ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ମାନ-ସମ୍ମାନ ମିଳିବ।

କୁମ୍ଭ:  ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।

ମୀନ:  ଋଣ ଦିଅନ୍ତୁ ନାହିଁ।  ବନ୍ଧୁଙ୍କ ସହ ସମୟ ବିତାଇବେ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos