୨୮ ଜୁନ୍‌, ଶୁକ୍ରବାର: ମାନ-ସମ୍ମାନ ବଢ଼ିବ

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ।

ବୃଷ: ସାଙ୍ଗମାନଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନୂଆ ପୋଷାକ କିଣିପାରନ୍ତି। କୁକୁରକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ।କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗଣେଶଙ୍କୁ ପୂଜା କରନ୍ତୁ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂର ଯାତ୍ରାର ଯୋଗ ରହିଛି।

କନ୍ୟା: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ।

ତୁଳା: ପ୍ରେମ ବ୍ୟପାରରେ ସଫଳତା ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ବଳାଇବେ। ଆତ୍ମବିଶ୍ୱାସ ବଢ଼ିବ। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

ଧନୁ: ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ମାନ-ସମ୍ମାନ ବଢ଼ିବ। ଚାକିରିକ୍ଷେତ୍ରରେ ପଦୋନ୍ନତି ହୋଇପାରେ।

ମକର: ଆଜି ଦିନରେ ଅଧିକ ପରିଶ୍ରମ କରିପାରନ୍ତି। ଆୟଠାରୁ ବ୍ୟୟ ଅଧିକ ହେବ। ଈଶ୍ୱରଙ୍କୁ ପୂଜା କରନ୍ତୁ।

କୁମ୍ଭ: ଆଜି କାହାକୁ ଋଣ ଦିଅନ୍ତୁ ନାହିଁ। ପଡୋଶୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ମା’ଙ୍କ ସହଯୋଗ ମିଳିବ।

ମୀନ: ଆଇନଗତ ମାମଲାରେ ବିଜୟୀ ହେବେ। ଘରକୁ ଅତିଥି ଆସିପାରନ୍ତି। ମନ ଫୂର୍ତ୍ତି ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।