୧୫ ଜୁନ୍‌, ଶନିବାର: ଆତ୍ମବିଶ୍ୱାସ ବଢ଼ିବ

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ।

ବୃଷ: ସାଙ୍ଗମାନଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନୂଆ ପୋଷାକ କିଣିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗଣେଶଙ୍କୁ ପୂଜା କରନ୍ତୁ।

କର୍କଟ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ଯିବାକୁ ଥିଲେ, ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ସିଂହ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

କନ୍ୟା: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ସ୍ୱାସ୍ଥ୍ୟ ଭଲ ରହିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ତୁଳା: ପ୍ରେମ ବ୍ୟପାରରେ ସଫଳତା ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ପାଠପଢ଼ା ପ୍ରତି ମନ ବଳାଇବେ। ଆତ୍ମବିଶ୍ୱାସ ବଢ଼ିବ। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

ଧନୁ: ଆଜି ଅଧିକ ପରିଶ୍ରମ କରିପାରନ୍ତି। ଆୟଠାରୁ ବ୍ୟୟ ଅଧିକ ହେବ। ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ।

ମକର: ଆଜି କାହାକୁ ଋଣ ଦିଅନ୍ତୁ ନାହିଁ। ପଡ଼ୋଶୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ମା’ଙ୍କ ସହଯୋଗ ମିଳିବ।

କୁମ୍ଭ: ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ମାନ-ସମ୍ମାନ ବଢ଼ିବ। ଚାକିରିକ୍ଷେତ୍ରରେ ପଦୋନ୍ନତି ହୋଇପାରେ।

ମୀନ: ଆଇନଗତ ମାମଲାରେ ବିଜୟୀ ହେବେ। ଘରକୁ ଅତିଥି ଆସିପାରନ୍ତି। ମନ ଫୂର୍ତ୍ତି ରହିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।